

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ପିପୁଲସ ମହାବିଦ୍ୟାଳୟଠାରେ ୫୦ଲକ୍ଷ୍ୟ ବ୍ୟୟର ନୂତନ କଥୋପକଥନ ଗୃହ ଓ ଶ୍ରେଣୀ ଗୃହକୁ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ବହୁ ମାନ୍ୟଗଣ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

