

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ପୌରାଞ୍ଚଳରେ ପ୍ରବୀସୀ ଓଡିଆଙ୍କ ସର୍ବେକ୍ଷଣ କାର୍ଯ୍ୟ ନୋଡାଲ୍ ଅଧିକାରୀ ତଥା ବି.ଡି.ଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନ କ୍ରମେ ଆରମ୍ଭ ହୋଇଯାଇଛି । ପରିଷଦ ଅନ୍ତର୍ଗତ ସମୁଦାୟ ୧୩ଟି ଓ୍ବାର୍ଡରେ ଏହି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାଯାଇଛି । ଏହି କ୍ରମରେ ଶିକ୍ଷୟତ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ବେହେରା, ଅଙ୍ଗନୱାଡି କର୍ମୀ କନକଲତା ସାହୁ ଓ ଶାନ୍ତିଲତା ସେଠୀ ପ୍ରମୁଖ ସକ୍ରିୟାଂଶ ଗ୍ରହଣ କରୁଥିବା ପ୍ରକାଶ ପାଇଛି ।
ରିପୋର୍ଟ : ଡଃ. କୁମୁଦ ଚନ୍ଦ୍ର ବେହେରା