

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବସଷ୍ଟାଣ୍ଡ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଷ୍ଟ୍ରିଟ ଲାଇଟ ନ ଥିବା ଅଞ୍ଚଳରେ ସ୍ମାର୍ଟ ଏଲଇଡି ଅଲୋକୀକରଣର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଲୋକଙ୍କ ସମସ୍ୟା ବିଷୟରେ ବୁଝିଛନ୍ତି । ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


