

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମପଞ୍ଚାୟତର କାଦପଡା, ଘୋଡାପଡା, ଡେହୁକା ଗ୍ରାମରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ଡେଙ୍ଗାପଦର ଗ୍ରାମର ଗ୍ରାମ୍ୟ କୋଠଘରର ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ ହୋଇଯାଇଛି ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ଲୋକମାନଙ୍କର ସମସ୍ୟା ବୁଝିଛନ୍ତି । ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା, ଉପାଦକ୍ଷ, ଜିଲ୍ଳା ପରିଷଦ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ ବ୍ୟକ୍ତି ଗ୍ରାମବାସୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


