

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକର ବିଭିନ୍ନ ପ୍ରକଳ୍ପକୁ ଶିଳା ନ୍ୟାସ କରି ବୁଦ୍ଧଖୋଲ ମହୋତ୍ସବର ପ୍ରଥମ ଦିନରେ ବିଜ୍ଞାନ ଓ କାରିଗରୀ ପ୍ରଯୁକ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତକାଲି ଉଦଘାଟନ କରିଛନ୍ତି । ଏହି ଅବସରରେ ଆସ୍କା ବିଧାୟିକା, ଖଲ୍ଲିକୋଟ ବିଧାୟିକା ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତଥା ବୁଦ୍ଧଖୋଲ ଉନ୍ନୟନ କମିଟିର ସଭାପତି ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବହୁ ଦର୍ଶକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

