

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ସେବା ନିବୃତ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବୁଗୁଡା ଶିକ୍ଷକ ଭବନ ଠାରେ “ଶିକ୍ଷକ ସୌରଭ ସମାରୋହ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା
ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିବୃତ୍ତ ଶିକ୍ଷକମାନଙ୍କୁ ସମ୍ୱର୍ଦ୍ଧନା ଓ ମାନପତ୍ର ପ୍ରଦାନ କରିଥିଲେ । ଏଥିସହ ଭଞ୍ଜନଗର ଏସଡିପିଓ, ନିବୃତ୍ତ ଶିକ୍ଷକ ସଂଘର ସଭାପତି ଓ କର୍ମକର୍ତ୍ତାମାନେ ଏବଂ ନିବୃତ୍ତ ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

