

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ପ୍ରାୟ ୩୫ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେଣୁ ଆଜି ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଁଞ୍ଚି ବୁଦ୍ଧିଜୀବି ମାନଙ୍କ ସହ ଲକ୍ଷଣ ଥିବା ଲୋକମାନଙ୍କର କେମିତି ଅଧିକରୁ ଅଧିକ କୋଭିଡ ଟେଷ୍ଟ କରାଯାଇପାରିବ ଏବଂ ଲୋକମାନଙ୍କୁ କେମିତି ସଚେତନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବାଲିପଦର ସରପଞ୍ଚ, ସମିତି ସଭ୍ୟ, ଫାଣ୍ଡି ଅଧିକାରୀ, ମେଡିକାଲ ଷ୍ଟାପ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
