ବୁଲଡୋଜର ଲାଗିବ କି ଶଙ୍ଖଭବନରେ ? ହଇଚଇ ଏବେ ରାଜ୍ୟ …

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୋହନ ମାଝୀ ସରକାର ସରକାରୀ ଜମି ଦାଖଲ କାରୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କୁ  ଉଛେଦ କରିବାକୁ ଜିଲ୍ଳାପାଳମାନଙ୍କୁ  ନିର୍ଦେଶ ଦେଇଥିବା ଯୋଗୁଁ ଜବରଦଖଲ ଉଛେଦ ପାଇଁ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି I ଠିକ ଏତିକି ବେଳେ  ରାଜସ୍ୱ ମନ୍ତ୍ରୀ ବେନିୟମ  ନିର୍ମିତ ଘରଗୁଡିକୁ ବୁଲଡୋଜ଼ାର ଲଗାଇ ଭାଙ୍ଗିବାକୁ ପ୍ରୟାସ କରୁଧିବା ବେଳେ ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନ କୁଆଡେ ବେନିୟମରେ ନିର୍ମାଣ ହୋଇଛି ବୋଲି ନିଜେ ମନ୍ତ୍ରୀ କହିଛନ୍ତି I ଏହା ଶୁଣି ସାରା ରାଜ୍ୟ ଆଜି ଚଳଚଞ୍ଚଳ ହୋଇ ଉଠିଛି I  ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ ବୋଲି ସାମ୍ବାଦିକମାନଙ୍କୁ  କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବା କହି ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଅଭିଯୋଗ ଅନୁଯାୟୀ, ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ଶଙ୍ଖ ଭବନ ନିର୍ମାଣ ହୋଇଛି। ଏହା ବେଆଇନ ଭାବେ ନିର୍ମାଣ ହୋଇଛି। ତେବେ ଏହାକୁ ନେଇ କାଉଣ୍ଟର କରିଛନ୍ତି ବବି ଦାସ। ସେ କହିଛନ୍ତି, ଶଙ୍ଖ ଭବନ ଜମି ଲିଜ୍‌ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ରାଜସ୍ବ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ଭାଜପା ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ ।ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନ’ହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବବି କହିଛନ୍ତି । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ବଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଆସିଛି ବୋଲି ବବି କହିଛନ୍ତି। ତେବେ ମନ୍ତ୍ରୀ ତଦନ୍ତ ନିର୍ଦେଶରେ କଣ ରିପୋର୍ଟ ମିଳିବ ଓ କି କାର୍ଯ୍ୟନୁଷ୍ଠାନ ହେବ ଏବେ ରାଜ୍ୟବାସୀ  ଚାହିଁ ବସିଛନ୍ତି ।