ବୁଲବୁଲ ଆତଙ୍କ : ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଲାଗି ପ୍ରଶାସନର ତତ୍ପରତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବଙ୍ଗୋପସାଗରରେ ସୃଷ୍ଟ ବୁଲବୁଲର ପ୍ରକୋପ ବଡୁଥିବାରୁ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଆତଙ୍କ ଖେଳିଛି । ପ୍ରାଥମିକ ଭାବେ ତଳିଆ ଅଂଚଳରୁ ଜନସାଧାରଣ ଉଚ୍ଚ ଓ ନିରାପଦ ସ୍ଥାନକୁ ଆସିବାକୁ ଆଜି ସଂଧ୍ୟାରେ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ପ୍ରବଳ ପବନ ବହିବାର ସମ୍ଭବେନା ଥିବାରୁ ବାହାରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ପୂର୍ବାହ୍ନରେ ଆଜି ଝିପିଝିପ ବର୍ଷା ହୋଇଥିବା ବେଳେ ଦିନତମାମ କୋହଲା ପାଗ ରହିଛି । ଉତ୍ତରା ପବନ ଯୋଗୁଁ ଶୀତର ପ୍ରକୋପ ଆଜି ଠାରୁ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ୯ ଓ ୧୦ତାରିଖ ଛୁଟି ଘୋଷଣା ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜଳେଶ୍ୱର ପୌରପରିଷଦ ପକ୍ଷରୁ ସହର ମଧ୍ୟରେ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ନିରାପଦ ଅଂଚଳକୁ ଚାଲିଯିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଛି । ସେହିପରି ଗ୍ରାମାଞ୍ଚର ତଳିଆସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଯିବାଲାଗି ସ୍ଥାନୀୟ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା