ବୁଲବୁଲ ପରେ କୃଷି ବିଭାଗର ପ୍ରାଥମିକ କ୍ଷୟକ୍ଷତି ଆକଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୁଲବୁଲ ପ୍ରଭାବରେ ଜଳେଶ୍ୱର ବ୍ଲକର ବ୍ୟାପକ ଖରିଫ ଧାନଚାଷ କ୍ଷତି ଘଟିଥିବାରୁ ଆଜି କୃଷି ବିଭାଗ ପକ୍ଷରୁ ପ୍ରାଥମିକ ସ୍ତରରେ କ୍ଷୟକ୍ଷତି ଆକଳନ କରାଯାଇଛି । ଚଳିତବର୍ଷ ୧୯୭୮୦ ହେକ୍ଟର ଜମି ଖରିଫ ଧାନଚାଷ ହୋଇଥିବା ବେଳେ ୪୩୫୯ ହେକ୍ଟର ଜମିର ଧାନଗଛ ଉପରେ ପାଣିର ଢେଉ ଖେଳୁଛି ବୋଲି ଆଜି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି । ଚଳିତବର୍ଷ ପ୍ରତିକୂଳ ପାଗ ଯୋଗୁଁ ଚାଷୀମାନେ ବହୁ ଅର୍ଥବ୍ୟୟ ଓ କଷ୍ଟ ସାଧ୍ୟରେ ଖରିପ ଧାନଚାଷ କରିଥିଲେ । କିନ୍ତୁ ଧାନ ତଳିର ଅଭାବ ସତ୍ୱେ ଚଳିତବର୍ଷ ଚାଷୀମାନେ ଲକ୍ଷ୍ୟ ଧାର୍ଯ୍ୟ ଛୁଇଁଥିଲେ । କିନ୍ତୁ ଖରିଫ ଧାନର ଗର୍ଭ ଫାଟି ଧାନ ବାହାରିବା ବେଳେ ଗତ କିଛିଦିନ ଲଘୁଚାପ ଜନିତ ବର୍ଷା ହେବ ଯୋଗୁଁ ଚାଷୀମାନେ ଧାନକେଣ୍ଡା ଅଗଡି ହେବ ବୋଲି ଭାବି ଆସୁଥିଲେ । କିନ୍ତୁ ବୁଲବୁଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିଛି । ଆଜି କୃଷି ବିଭାଗର ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ବର୍ଷା ଓ ପାଣିଜମି ରହିବା ଫଳରେ ୩୩ରୁ ୫୦ ଭାଗ ମଧ୍ୟରେ ୬୫୧୬ ହେକ୍ଟରଜମି କ୍ଷତି ହେବ ବୋଲି ଆଜି ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି । ଏହା ବ୍ୟତିତ ୨୧୯୦ହେକ୍ଟର ଜମିରେ ହୋଇଥିବା ପରିବା ଚାଷ ମଧ୍ୟ କ୍ଷତି ହୋଇଥିବାର କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା