
ପ୍ରାଣୀ ଜଗତଟା ବଞ୍ଚିଛି କେବଳ
ଗଛ, ଲତା ପାଇଁ ଏକା,
ଫୁଲ, ଫଳ, ପତ୍ରେ ସଜେଇ ଧରାକୁ
ମେଲାଇ ଶାଖା ପ୍ରଶାଖା ||
୬ ଋତୁ ଆମ ବାର ମାସେ ମଧ୍ୟେ,
ଜଣା ପଡୁନୀରେ ଭାଇ,
ଆସିଗଲା ଏବେ ଅଜଣା ରୋଗରେ
ସାଧୁଛି ଆମକୁ ରହି ||
ନିରୋଗ ରଖେ ତା ମୂଳ, ଚେର, ପତ୍ର,
ମହିମା ଅନନ୍ତ ଅପାର
ଦଧୀଚିଙ୍କ ପରି ଦାନ ଦେଇ ରଖେ
ସୁସ୍ଥ ମାନବ ଶରୀର ||
ରାଗ ହିଂସା ଦ୍ୱେଷ, ମୋହ, ମାୟା, କ୍ରୋଧ
ନ ଥାଏ ତାର ହୃଦୟେ,
ଅନ୍ଧ, ଛୋଟା, ଦୁଖୀ ତା ତଳେ ଆଶ୍ରୟ
ହରି ଭଜନ ନିରଭୟେ ||
ବୃକ୍ଷ ରୋପଣ ଅତି ମହାପୁର୍ଣ୍ୟ
କୋଟି ଗୁଣରେ ମହାନ
ସଜାଡ଼ିବା ଚାଲ ବିଶ୍ବପରିବେଶ
ବୃକ୍ଷ ରୋପି ହେବା ଧନ୍ୟ ||
ବନ୍ଦନା ମହାପାତ୍ର