ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୃକ୍ଷ ବଞ୍ଚାଅ ଓ ଗାଇ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏହି ଅଭିଯାନକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ବ୍ରହ୍ମପୁରର ଉଚ୍ଚ ଶିକ୍ଷିତ, ଉଚ୍ଚ ଅଭିପ୍ରାୟ, ଉଚ୍ଚ ବିକାଶର ଆଭିମୁଖ୍ୟ ରଖିଥିବା ବିଧାୟକ ଆଜି ତାଙ୍କରି ଉଦ୍ଦେଶ୍ୟକୁ ବହୁତ ସୁନ୍ଦର ଭାବେ ସଂକ୍ଷେପରେ ବହୁତ କିଛି କହିଥିଲେ । ଏହାସହ ବିଧାୟକ କହିଲେ ଯେ ବୃକ୍ଷ ବଞ୍ଚିଲେ ପର୍ଯ୍ୟାବରଣ ବଞ୍ଚିବ ପର୍ଯ୍ୟାବରଣ ବଞ୍ଚିଲେ ଦେଶର ବିକାଶ ହେବ ତତ୍ ସହିତ ଗାଇକୁ ମଧ୍ୟ ସୁରକ୍ଷା ଦେବାରେ ଜୋର ଦେଇ କହିଲେ ଗାଇ ଆମର ମାଁ । ମାଁକୁ ଯଦି ସୁରକ୍ଷିତ ରଖିବାର ଅଛି ତାହା ହେଲେ ପର୍ଯ୍ୟାବରଣକୁ ବଞ୍ଚାଇବା ନିହାତି ଜରୁରୀ । ସେଥିପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆନ୍ଦୋଳନାତ୍ମକ ଢଙ୍ଗରେ ବଢିବାକୁ ହେବ । ଏହି କାର୍ଯ୍ୟକ୍ରମରେ ସଭାପତି ରଜନିଶ ମିଶ୍ର, ସ୍ବୁଟି ସାହୁ, ନାରାୟଣ ମହାପାତ୍ର, ଉଦୟ ବେହେରା, ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ପୁର୍ବତନ ଜିଲ୍ଲା ପରିଷଦ କୈଳାଶ ବିଷୋୟୀ, ପୁର୍ବତନ କର୍ପୋରେଟର ଦଣ୍ଡ ପାଣି ନାୟକ, ଚିତ୍ରସେନ ମହାପାତ୍ର, ଭଗବାନ ଗନ୍ତାୟତ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା