ଭଞ୍ଜନଗର (ସମୃଦ୍ଧ ଓଡିଶା) ଯେଉଁ ବୟସରେ ପିଲା ମାନେ ବାପା ମାଆଙ୍କର ସାହାରା ପାଲଟିବା କଥା ସେହି ସମୟରେ ନିଜ ପିଲା ମାନେ ବାପା ମାଆଙ୍କୁ ଛାଡି ଚାଲି ଯାଇଛନ୍ତି । ଫଳରେ ବେସାହାରା ବାପା ମାଆ କୌଣସି ଉପାୟ ନପାଇ ମାଗି ଯାଚି କରି ଚଳି ଆସୁଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମରେ । ବୃଦ୍ଧ ବଳରାମ ବେହେରା ଓ ତାଙ୍କ ସ୍ତ୍ରୀ ମାଲୁଣି ବେହେରାଙ୍କୁ ନେଇ ଦୀର୍ଘ ଦିନ ଧରି ଏଭଳି ଅଭାବ ଅନାଟନରେ ଚଳି ଆସୁଛନ୍ତି । ଉଭୟଙ୍କ ଦୁଇଟି ସନ୍ତାନ ଥିଲେ ମଧ୍ୟ ତାଙ୍କ କଥା ବୁଝିବାକୁ କେବେ ଆସୁ ନାହାନ୍ତି । ଅପରପକ୍ଷରେ ଏଭଳି ସ୍ଥିତିରେ ବୃଦ୍ଧ ବାପା ମାଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ହେଲ୍ପ ଇଣ୍ଡିଆ ଗଞ୍ଜାମ ଗ୍ରୁପର । ହେଲ୍ପ ଇଣ୍ଡିଆର ସଦସ୍ୟ ଅଜୟ କୁମାର ନାୟକ, ବଳରାମ ସାହୁ, ସରୋଜ ବିଷୋୟୀ, ସାଇ ପ୍ରଶାଦ ପାତ୍ର ଓ ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗୀର ହାତ ବଢ଼ାଇଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ