ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆର ବୃଷ୍ଟିପୃଷ୍ଟ ଅଞ୍ଚଳ ଭାବେ ପରିଚିତ ପଞ୍ଚାୟତମାନଙ୍କ ମଧ୍ୟରୁ ୨ଟି ପଞ୍ଚାୟତର ୫ଟି ଗାଁକୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଫଳରେ ଏହି ଗାଁ ଗୁଡିକରେ ଗାଈ, ଛେଳି, ମାଛଚାଷ ଓ ଧାନଚାଷ କରୁଥିବା ଚାଷୀମାନଙ୍କୁ ପ୍ରାତ୍ସାହନ ଲାଗି ହେକ୍ଟର ପ୍ରତି ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ରାଇବଣିଆ ଏକ ପାହାଡିଆ ଉଚ୍ଚ ସ୍ଥାନ ବୋଲି ବିବେଚିତ । ଏହି ଥାନା ଅନ୍ତର୍ଗତ ୧୪ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬ଟିରେ ପଥୁରିଆ, ଶକ୍ତ ମାଟି ଯୋଗୁଁ ଚାଷ ହୋଇପାରେ ନାହିଁ । ତେଣୁ ସେ ଗୁଡିକ ମଧ୍ୟରୁ କାଳିକ ଓ ଶ୍ୟାମନଗର ପଂଚାୟତର କାଳିକ, ଭଦୁଆ, ଶ୍ୟାମନଗର, ବେଗୁନିଆ, ଚନ୍ଦରପୁର-କାନପୁର ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନା ମଧ୍ୟରେ କୃଷି, ଗାଈ, ଛେଳି ଓ ପୋଖରୀ ମାଛଚାଷରେ ପ୍ରତ୍ସାହନ ଯୋଗାଇବାର ବ୍ୟବସ୍ତଥା ରହିଛି । ମୃର୍ତ୍ତିକ ସଂଗ୍ରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ କୃଷକ ମାନଙ୍କୁ ସହାୟତା କରିବାଲାଗି ଏପରି ଯୋଜନାର ଆଜି କାଳିକ ସ୍ଥିତକଲ୍ୟାଣ ମଣ୍ଡପ କରିସରରେ ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୃର୍ତ୍ତିକା ସଂଗ୍ରକ୍ଷଣ ଅଧିକାରୀ ରଶ୍ମିରଂଜନ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ନେଇ ରାଇବଣିଆ ମାଟି ପଥୁରିଆ, ଶକ୍ତ ଓ ଶୁଷ୍କ ହୋଇଥିଲେ ମଧ୍ୟ ଖମ୍ବଆଳୁ, ସପୁରି, ରୁଦ୍ରାକ୍ଷ ଇତ୍ୟାଦି ଭଲ ଚାଷ ହେବା ସହିତ, ଘାସ, ମକା, ପନିପରିବା, ମାଛ ଚାଷ, ଛେଳି ଚାଷ, ଗାଈ ଚାଷ ଓ ଧାନ ଚାଷ ହୋଇ ପାରୁଥିବାରୁ ସେମାନଙ୍କୁ ପ୍ରତ୍ସାହନ ରାଶି ଦିଆଯାଉଥିବାର କହିଥିଲେ । ପ୍ରଥମ ପର୍ଯ୍ୟୟରେ ୭୧ଜଣ ଚାଷୀଙ୍କ ମଧ୍ୟରୁ ୬୮ଜଣଙ୍କୁ ୨୦ହଜାର ଲେଖାଏଁ ମିଳିଥିବାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟବକ୍ତାଭାବେ ପ୍ରକଳ୍ପ ଅଧିକାରୀ ବିଚିତ୍ର ନାରାୟଣ ମନ୍ତ୍ରୀ ଯୋଗ ଦେଇ ବାଲେଶ୍ୱର ଜିଲାରେ ଏଭଳି ଯୋଜନା ପ୍ରଥମକରି ରାଇବଣିଆ ଅଞ୍ଚଳର ୨ଟି ପଞ୍ଚାୟତରେ ଶୁଭାରମ୍ଭ ହୋଇଥିବା ବେଳେ ଓଲମରା ଓ ସର୍ଦ୍ଧାରବନ୍ଧ ଅଞ୍ଚଳକୁ ସାମିଲ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର କୃଷିଜିଲା ଅଧିକାରୀ ଅନ୍ତର୍ଯ୍ୟାମୀ ଧିର, ପ୍ରାଣି ଚିକିତ୍ସକ ସୁନିଲ କୁମାର ଭୂୟାଁ, ଅତିରିକ୍ତ ପ୍ରାଣିଚିକିତ୍ସକ ବିଶ୍ୱନାଥ ପୃଷ୍ଟି, ରାଇବଣିଆ ପ୍ରାଣିଚିକିତ୍ସକ ଶୁଭସ୍ମିତା ଦାସ, ମତ୍ସ୍ୟ ଅଧିକାରୀ ମହମ୍ମଦ ଫିରୋଜ ପ୍ରମୁଖ ଯୋଜନା ସଂପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପ୍ରଶିକ୍ଷଣ ଓ ଯୋଜନା ସଂପର୍କରେ କହିଥିଲେ । କାଳିକ ସରପଞ୍ଚ ବିଜୟ କୁମାର ବେହେରା, ସମିତି ସଦସ୍ୟା ମାମି ପାତ୍ର, ଜିଲାପରିଷଦ ସଦସ୍ୟା ମାନିନୀ ପ୍ରମାଣିକ, ଶ୍ୟାମନଗର ସରପଂଚ ସସ୍ମିତା ପାତ୍ର, ସମିତି ସଦସ୍ୟ ଲକ୍ଷ୍ମଣ ପାତ୍ର ଉପସ୍ଥିତ ଥିଲେ । ଏହି କାର୍ଯକ୍ରମକୁ ସମାଜସେବୀ ଗଂଗାଧର ଦାସ ପରିଚାଳନା କରିଥିଲେ ।