ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ସୈରାତରୁ ଚୋରାରେ ବାଲି ବେଆଇନ୍ ଭାବେ ପଶ୍ଚିମବଂଗ ଓ ଅନ୍ୟ କେତେକ ସ୍ଥାନକୁ ଚାଲାଣ ହୋଇ ଆସୁଥିବା ବେଳେ ଆଜି ଗୁରୁବାର ଜଳେଶ୍ୱର ତହସିଲଦାର ୬୦ନଂ ଜାତୀୟ ରାଜପଥର ଚାଲନ୍ତି ବାଇପାସ୍ଠାରୁ ୩ଟି ଚୋରା ବାଲି ଡମ୍ପର ଜବତ୍ କରିଛନ୍ତି । ସେ ଗୁଡିକ ହେଲା ଓଡି୦୧ଏଏ-୭୭୪୭, ଡବ୍ଲୁବି୩୩ଇ-୦୫୬୧, ଓଡି୦୧ଜେ-୮୧୨୧ ଅଟେ । ଓଡି୦୧ଏଏ-୭୭୪୭ ଗାଡିରୁ ୧୫ହଜାର ଜୋରିମାନା ହୋଇଥିବା ବେଳେ ଓଡି୦୧ଜେ-୮୧୨୧ର ଡ୍ରାଇଭର ୬୦ନଂ ଜାତୀୟ ରାଜପଥରେ ଗାଡିଛାଡି ଫେରାର୍ ହୋଇଯାଇଛି । ଏ ଗୁଡିକ ନିକଟରୁ ଜୋରିମାନା ଆଦାୟ କଲାପରେ ଛଡାଯିବ ବୋଲି ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି । କେବଳ ଏହି ସ୍ଥାନରୁ ନୁହେଁ ସୁବର୍ଣ୍ଣରେଖା ନଦୀର ରାଜନଗର, କୁଅଁରପୁର, ଦକ୍ଷିଣପ୍ରହରାଜପୁର, ଗୁରୁଦାସପୁର, ତୋଟାପଡା, ବେହେରାସାହି, ମାକିଡିଆ, ଗୋବରଘଟ୍ଟା, ଶିଖରପୁର, ଭାନୁପୁର, ପଞ୍ଚୁଘଣ୍ଟା ବାଲିଖାଦାନରୁ ଟ୍ରାକ୍ଟରଯୋଗେ ବ୍ୟାପକ ଚୋରାବାଲି ଚାଲାଣ ହୋଇ ଆସୁଛି । ଶହ ଶହ ବାଲି ଟ୍ରକ ବେଆଇନ୍ଭାବେ ଗ୍ରାମ୍ୟରାସ୍ତାରେ ଚଳାଚଳ କରି ବିପଦ ସୃଷ୍ଟି କରୁଥିବା ବେଳେ ପ୍ରଶାସନୀକ ଉଦାସୀନତା ଯୋଗୁଁ ଏପରି କାର୍ଯ୍ୟକଳାପ ଅଧିକ ବୃଦ୍ଧି ପାଉଛି । ପୋଲିସ୍ ଏ ସଂପର୍କରେ ନିରବଦ୍ରଷ୍ଟା ସାଜି୍ଥିବା ବେଳେ ଜନସାଧାରଣଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଜିଲାପାଳ ଏଥିଲାଗି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ୍ ଚୋରା ବାଲି ଚାଲାଣ ରୋକିବାକୁ ସାଧାରଣରେ ଦାବି ହେଉଛି । କିଛିମାସ ପୂର୍ବରୁ ଜିଲାପାଳ ଯେଭଳି ଭାବେ ପଦକ୍ଷେପ ଗ୍ରହଣ କରୁଥିଲେ ଏବେ ପରିସ୍ଥିତି ଭିନ୍ନ ବୋଲି ଆଲୋଚନା ଚାଲିଛି ।
ରିପୋର୍ଟ : ଭୂପତି କୁମାର ପରିଡା