

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚଥାନା ଅନ୍ତର୍ଗତ ଲଦିଗୁଡା ଗ୍ରାମରେ ବୁଧବାର ଅଣ୍ଡିରାକଞ୍ଚ ପୁଲିସ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୁଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ସହ ୧ହଜାର ଲିଟର ପୋଚ ଜବତ କରିଛି । ଲଦିଗୁଡା ଗ୍ରାମ ନିକଟରେ ଲୁଚିଛପି ପୋଚ ଓ ବେଆଇନ ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନ ଗୁଡିକରେ ଅଣ୍ଡିରାକଞ୍ଚ ପୁଲିସ ଟିମ୍ ଚଢାଉକରି ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ମଦ ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଣ୍ଡିରାକଞ୍ଚ ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା । ଏନେଇ ଅଣ୍ଡିରାକଞ୍ଚଥାନାରେ ୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
