ସୋରଡା (ସମୃଦ୍ଧ ଓଡିଶା) ସୋରଡା ବ୍ଲକର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣରେ ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇଥିଲା । ଏହି ଖବର ପାଇ ଅବକାରୀ ବିଭାଗ ଓ ସୋରଡା ପୋଲିସ ଓ ତହସିଲଦାର ଅମର କୁମାର ବସନ୍ତରାୟଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ପୋଲିସ ଓ ଅବକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ସେଠାରେ ବିପୁଳ ପରିମାଣରେ ପୋଚ ନଷ୍ଟ କରାଯିବା ସହ ଦେଶୀ ମଦ ଓ ବିଦେଶୀ ମଦ ଜବତ କରିଛି ଏବଂ ଦୁଇ ଜଣକୁ ଗିରଫ କରିବାରେ ସଫଳ ହେବା ସହ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ସବୁ ସୋରଡା ବ୍ଲକର ଢେପାପଲ୍ଲି, ଭାଲିଆପଲ୍ଲୀ, ମଝିପଲ୍ଲୀ ଆଦି ଅଞ୍ଚଳରେ ପ୍ରସ୍ତୁତ କରାଯାଉଥିଲା । ଏହି ଚଢାଉରେ ସୋରଡା ଥାନା ଅଧିକାରୀ ପ୍ରଭାତ ସାହୁ, ଅବକାରୀ ବିଭାଗର ଡେପୁଟି ସୁପେରିଟେଣ୍ଡେଣ୍ଟ ଅଭିରାମ ବେହେରା, ଗୁଇନ୍ଦା ମୁଖ୍ୟ ସ୍ମୃତିକାନ୍ତ ରାଉତ, ସୋରଡା ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ମୋହନ ପ୍ରଧାନଙ୍କ ସମେତ ଧୀରେନ ବେହେରା, ଦୁର୍ଜ୍ୟଧନ ଦିଗାଲ, ସ୍ମିତ ପଣ୍ଡା, ରବୀନ୍ଦ୍ରନାଥ ବିଶ୍ଵାଳ, ସନ୍ତୋଷ ପାଢି ପ୍ରମୁଖ ସାମିଲ ଥିଲେ । ଏହି ଗ୍ରାମ ନିକଷ୍ଠସ୍ଥ ଜଙ୍ଗଲ ଅଞ୍ଚଳରେ ପାଖାପାଖି ୨ କିମି ଅଞ୍ଚଳରେ ଏହା ପ୍ରସ୍ତୁତ କରାଯାଉଥିଲା । ଛୋଟ ଛୋଟ ଚୁଆଁ ଖୋଲି ସେଥିରୁ ପାଣି ବାହାରକରୀ ବେରେଲ ଗୁଡକୁ ମାଟି ଭିତରେ ପୋତି ଏହି ବେପାର ଖୁଲମ ଖୁଲା ଚଲାଇଥିଲା । ଏତେ ପରିମାଣରେ ମଦ ପ୍ରସ୍ତୁତ ହେଉଥିବା ଦୃଶ୍ୟ ଦେଖି ଚଡଉକାରୀ ଦଳକୁ ମଧ୍ୟ ଚକିତ କରିଛି । ଏହି ଅଞ୍ଚଳରୁ ଏହି ଦଳ ୬୦୦୦ଲିଟର ପୋଚ ନଷ୍ଟ କରିଥିବା ବେଳେ ୩୮୦ ଲିଟର ଦେଶୀ ମଦ ଓ ୪ ଲିଟର ବିଦେଶୀ ମଦ ଜବତ କରିଛି । ଏ ସଙ୍କ୍ରାନ୍ତରେ ଗାଙ୍ଗପୁର ଥାନାରେ ଗୋଟିଏ ମାମଲା ସୋରଡା ଅବକାରୀ ବିଭାଗରେ ଦୁଇଟି ମାମଲା ଓ ସୋରଡା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ସୋରଡା ପୋଲିସ ଏଥିରେ ସମ୍ପୃକ୍ତ ଭୋଳାଶଙ୍କର ଗୁରୁକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ସୋରଡାର ଅନେକ ଜାଗାରେ ଏହିପରି ଆହୁରି ଅଧିକ ମଦ ପ୍ରସ୍ତୁତି ହେଉଥିବା ସନ୍ଦେହ କରାଯାଉଛି ଏବଂ ଏହିପରି ଚଢାଉ ଜାରି ରହିବ ବୋଲି ପୋଲିସ ବିଭାଗ ପକ୍ଷରୁ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା