ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବିକ୍ଷୋଭ…

ଛତ୍ରପୁର(ସମୃଦ୍ଧ ଓଡିଶା)କେନ୍ଦ୍ରର ମୋଦି ସରକାରଙ୍କ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବା ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ଆଜି ସକାଳେ ଭାରତୀୟ ବିରଳ ମୂର୍ତ୍ତିକା ଗବେଷଣା କେନ୍ଦ୍ର ଫାଟକ ଓ ଜିଲ୍ଲାର ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟାଳୟ ସମ୍ମୁଖ ଆସ୍କା ରୋଡ଼ ଠାରେ ଧାରଣା ଦିଆଯାଇଥିଲା । ଏଥିରେ ଛତ୍ରପୁର ବିଧାୟକ ଡ.ପ୍ରିୟାଂଶୁ ପ୍ରଧାନ, ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଦିକନ୍ଦ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଏସ.କିଶୋର ରେଡ୍ଡି, ଏ.ସୀତାମ୍ମା, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡି, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡି, ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡିର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଉପସଭାନେତ୍ରୀ ମମତା ବିଷୋୟୀ, ଯୁବ ନେତା ଜି.ପାପା ରାଓ, ଟି.ଚନ୍ଦ୍ର ଶେଖର ରାଓ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା ବେହେରା, ଯୁବନେତା ଜଗନ୍ନାଥ ସାବତଙ୍କ ସମେତ ଯୁବ ଓ ଛାତ୍ର ବିଜେଡିର ନେତା ଓ କର୍ମୀମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା