ବେଗୁନିଆପଡା (ସମୃଦ୍ଧ ଓଡିଶା) ଗତକାଲି ବେଗୁନିଆପଡ଼ା ବ୍ଳକର ବୁରୁଝରି ପଞ୍ଚାୟତର ପଣସେଇ ପୀଠରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଆଞ୍ଚଳିକ ସମ୍ପାଦକ ରଙ୍ଗନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏଥିରେ ଆଗାମୀ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସମର୍ଥିତ ସି. ପି. ଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ, ନୀତି କୃଷକମାନଙ୍କ ପ୍ରତି ଅବହେଳା, ବେକାରୀ ଯୁବକଯୁବତୀମାନଙ୍କୁ ନିଯୁକ୍ତ ସୁଯୋଗ ସୃଷ୍ଟି ନକରିବା, ଅଞ୍ଚଳର ବିକାଶର ଅବହେଳା ଆଦି ବିଭିନ୍ନ ବିଷୟରେ ସମାଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିଲେ ଲୋକସଭାରେ ଆସ୍କା ଅଞ୍ଚଳର ଉନ୍ନତି ପାଇଁ ସ୍ଵର ଉତ୍ତୋଳନ କରାଯିବ ବୋଲି କୁହାଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀହର୍ଷ ରଥ, ଆଞ୍ଚଳିକ ସହ ସମ୍ପାଦକ ସତ୍ୟବାଦୀ ସ୍ୱାଇଁ, ନାରାୟଣ ସେଠୀ, ଜୟକୃଷ୍ଣ ନାହକ, ଜଗନ୍ନାଥ ମହାନ୍ତି, ଅରୁପାନନ୍ଦ ପଟ୍ଟନାୟକ, କାଶୀନାଥ ଗଉଡଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା