ବେଗୁନିଆପଡାରେ ବିଜେଡିର ଜନସମ୍ପର୍କ ଯାତ୍ରା …

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେଡ଼ି ସରକାରର ବିଭିନ୍ନ ଲୋକହିତକର ପ୍ରକଳ୍ପ ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ସଚେତନତା ସୃଷ୍ଟି କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀରୁ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଗୁନିଆପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଜନଗହଳି ପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଜେଡି ଉପସଭାପତି ଅରୁଣ ପଣ୍ଡା ଯୋଗ ଦେଇଥିବା ବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ମନୋଜ ପଣ୍ଡିତ, ପ୍ରଫୁଲ ତିଆଡ଼ି, ତ୍ରିନାଥ ବିଶ୍ୱାଳ ଓ ବ୍ଲକ ସଭାପତି ବିଜୟ ଦୋରା, ସମ୍ପାଦକ ଶରତ ପାଣ୍ଡୀଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଅଂଶ ଗ୍ରହଣ କରିଥିଲେ ।

 ରିପୋର୍ଟ : ନିମାଇଁ ଚରଣ ପଣ୍ଡା