

ବେଗୁନିଆପଡା (ସମୃଦ୍ଧ ଓଡିଶା) ତାଣ୍ଡବ ରଚିଲା କାଳବୈଶାଖୀ । ଶୁକ୍ରବାର ରାତିରେ ବେଗୁନିଆପଡା ବ୍ଲକରେ ଘଡଘଡି ବର୍ଷା ସହ କୁଆପଥର ବର୍ଷା ଓ ପବନରେ ବ୍ଲକର ବିଭିନ୍ନ ରାସ୍ତାରେ ବଡ ବଡ ଗଛ ଉପଡିଯିବା ସହ ଗଛ ପଡି କିଛି ସମୟ ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ପବନର ବେଗ ଏତେ ଜୋର ଥିଲାଯେ ବିଦ୍ୟୁତ ଖୁଣ୍ଟ ମଧ୍ୟ ରାସ୍ତାରେ ଉପଡି ପଡିଛି । ଫଳରେ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିନ୍ନ ହୋଇଯାଇଛି । ଏଥି ସହିତ ବିଭିନ୍ନ ଗ୍ରାମରେ ଚାଳ ଓ ଟିଣ ଘର ଉଡି ଯାଇଛି । ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗ୍ରାମର ପ୍ରଶାନ୍ତ ନାହକଙ୍କ ଘରର ଟିଣ ପବନରେ ଉଡେଇ ନେଇ ଯାଇଛି । ଖବର ପାଇ ସରପଞ୍ଚ ମଧୁସୂଦନ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହିତ ଆଲୋଚନା କରିବା ସହ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇବା ପରେ ସରକାରଙ୍କ ନିୟମ ଅନୁସାରେ ସାହାର୍ଯ୍ୟ ସହଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ : ହରପ୍ରସାଦ ବିଷୋୟୀ