ବେଗୁନିଆପଡ଼ାରେ ସମୂହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ…

ବେଗୁନିଆପଡା (ସମୃଦ୍ଧ ଓଡିଶା) କୋଭିଡ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ କରୋନା ଯୋଦ୍ଧା ସାଜି ଦିନରାତି କାମ କରୁଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଠାରେ ସାମାଜିକ ଦୂରତା ରକ୍ଷା କରି ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟିକା କହିଥିଲେ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଓ ସ୍ଵେଚ୍ଛାସେବୀ ଭଳି କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି । ପ୍ରତିଟି କ୍ଷେତ୍ରରେ ସେମାନଙ୍କ ସେବା ପ୍ରଶଂସନୀୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ସମସ୍ତେ ଏହି ସମଚେତା ବନ୍ଦେ ଉତ୍କଳ ଜନନୀ ଗାନ କରି ସେମାନଙ୍କ ପ୍ରତି ଯେଉଁ କୃତଜ୍ଞନ୍ତା ଜଣାଉଛୁ ତାହା ସେମାନଙ୍କ ଅବଦାନର ନିମିତ୍ତ ମାତ୍ର । ଏହି ସଂଗୀତ ଓଡ଼ିଆ ଜାତୀୟତାର ବନ୍ଧନକୁ ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ସେମାନଙ୍କ ପ୍ରତି ଆମର ସମ୍ମାନ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବେଦବର ପ୍ରଧାନ, ବିଜେଡି ସଭାପତି ବିଜୟ କୁମାର ଦୋରା, ବିଜୁ ଶ୍ରମିକ ସାମୁଖ୍ୟ ଉପସଭାପତି ବିଜୟ ନାୟକ, ସରପଞ୍ଚ, ଅଙ୍ଗନୱାଡି, ଆଶା ଓ ଜନସାଧାରଣ ସମୂହ ଯୋଗଦେଇ ସଂଗୀତ ଗାନ କରିଥିଲେ ।

ରିପୋର୍ଟ : ହରପ୍ରସାଦ ବିଷୋୟୀ