

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ବଟେଶ୍ୱର ବେଳାଭୂମି କୂଳରେ ଏକ ମୃତ ଡ଼ଲଫିନ ପଡିଥିବାର ଦେଖିବାକୁ ମିଳିଛି । ଗତକାଲି କିଛି ଯୁବକ ସମୁଦ୍ରକୁ ବୁଲିବାକୁ ଯାଇଥିବା ବେଳେ ଏହି ମୃତ ଡ଼ଲଫିନ ଟିକୁ ଦେଖିବାକୁ ପାଇଥିଲେ । ଏନେଇ ଘଟଣାସ୍ଥଳକୁ ଖଲ୍ଲିକୋଟ ରେଞ୍ଜର ଏକ ଟିମ ଯାଇ ଶବ ଜବତ କରିଛନ୍ତି ଡ଼ଲଫିନ ଟି ପ୍ରାୟ ୬ ଫୁଟର ହଉଥିବା ବେଳେ, ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡୁନାହିଁ ବୋଲି ଖଲ୍ଲିକୋଟ ରେଞ୍ଜର ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା