ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ କନଫରେସନ୍ସ ହଲ ସଭାଗୃହରେ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଠାଣି ସାମନ୍ତ ପ୍ଲାନେଟୋରିୟମ ଭୁବନେଶ୍ୱର ଓଡିଶା ସହାୟତାରେ ଏବଂ ଟାଟାଷ୍ଟିଲୟାଟସର ୧୩ତମ ସଂସ୍କରଣ ପାଳନ ଅବସରରେ ବିବି ହାଇସ୍କୁଲ ଢେଙ୍କାନାଳର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୌସୁମୀ ସାହୁଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଖୋଲା ଗୃହ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୨୦ଜଣ ଶ୍ରେଷ୍ଠ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା ଓ ଏନସିସି ଚିଫ ଅଫିସର ସୁଭାଷ କୁମାର ନନ୍ଦ, ଟିମ ଲିଡର ଭାଗ୍ୟଶ୍ରୀ ବେହେରା, ଟାଟାଷ୍ଟିଲର ଅନ୍ୟତମ ଟିମ ଲିଡର ପ୍ରବୀଣ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସମ୍ମାନିତ କରିଥିଲେ । ଏଥିସହିତ ବ୍ରହ୍ମାଣ୍ଡ ବିସ୍ମୟର ଉନ୍ମୋଚନ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ୩୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମଗ୍ର ଢେଙ୍କାନାଳ ଜିଲ୍ଲାରୁ ଶ୍ରେଷ୍ଠ ବିବେଚିତ ଦୁଇ ଜଣ କୃତି ପ୍ରତିଯୋଗୀ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ ଟାଟାଷ୍ଟିଲ ବିଦ୍ୟାଳୟର ଟିମ ଲିଡର ଭାଗ୍ୟଶ୍ରୀ ବେହେରା ଓ ଅନ୍ୟତମ ଟିମ ଲିଡର ପ୍ରବୀଣ କୁମାର ସାହୁ ଓ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡା ଦେବୀ ପ୍ରସାଦ ମିଶ୍ର ସୂଚନା ଦେବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟ ପକ୍ଷରେ ଏହି ଅବସରରେ ଟାଟାଷ୍ଟିଲ ତରଫରୁ ଶତାୟୁ ଅନୁଷ୍ଠାନ ବି.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁଙ୍କୁ ବିଦ୍ୟାଳୟର ଏହି ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରଶଂସା ପତ୍ର ଓ ମେମେଣ୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ ସକ୍ରିୟ ଓ ସଫଳ ଅଂଶ ଗ୍ରହଣ କରିଥିବାରୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଡା ଦେବୀ ପ୍ରସାଦ ମିଶ୍ର, ସୁରେଶ କୁମାର ପଣ୍ଡା, ଶୁଭାଷ କୁମାର ନନ୍ଦ, କିଶୋର ଚନ୍ଦ୍ର ସାମଲ, ପ୍ରଭାତ କୁମାର ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ସତ୍ୟନାରାୟଣ ମିଶ୍ର, ରୁଦ୍ରାକ୍ଷ ଗଡ଼ ନାୟକ, ନରହରି ଗୋଚ୍ଛାୟତ, ସନ୍ତୋଷ କୁମାର ଜେନା ପ୍ରମୁଖ ସମସ୍ତଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ମୌସୁମୀ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ପରିସମାପ୍ତ କରିଥିଲେ ବୋଲି ବି.ବି ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି