

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ବ୍ରଜରଙ୍ଗୀ କ୍ଲବ ପକ୍ଷରୁ ଗ୍ରାମ ବିଶୋଧିକାରଣ, ନିଃଶୁକ୍ଳ ମାସ୍କ, ସାନିଟାଇଜର ବଣ୍ଟନ ଓ କରୋନା ଭୁତାଣୁ ସଂକ୍ରମଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ସମସ୍ତ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରି ନାମିଚିରା ଗ୍ରାମ, କଙ୍କଡ଼ାହ ପଞ୍ଚାୟତ ସଦାର ବ୍ଲକ ବୁଲି ଫ୍ରିରେ ମାକ୍ସ ଓ ସାବୁନ ବଣ୍ଟନ କରିବା ସହ ସାନିଟାଇଜର ସ୍ପ୍ରେ କରିଥିଲେ ଏବଂ ସମସ୍ତ ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘର ବାହାରକୁ ବାହାରନ୍ତୁ ନାହିଁ ଅତି ଆବଶ୍ୟକ ସାମଗ୍ରୀ ଆଣିବାକୁ ପଡିଲେ ହିଁ ବାହାରନ୍ତୁ, ଘର ବାହାରକୁ ବାହାରିଲେ ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ରଖନ୍ତୁ, ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ, ଏହି ଭଳି ଗ୍ରାମବାସିମାନଙ୍କୁ ସଚେତନତା କରାଇଥିଲେ ।
ରିପୋର୍ଟ : ଶୁଭମ ପାଣି
