

ବ୍ରହ୍ନପୁର (ସମୃଦ୍ଧ ଓଡିଶା) ବ୍ରହ୍ନପୁର ପୋଲିସ ଜିଲ୍ଲା ପକ୍ଷରି ଉତ୍ସର୍ଗ କାର୍ଯ୍ୟକ୍ରନ ମାଧ୍ୟମରେ ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ରିଜର୍ଭ ପୋଲିସ ଆମ୍ବପୁଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ନପୁର ଏସିପି ପିନାକୀ ମିଶ୍ରଙ୍କ ତତ୍ୱାବଧନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଦକ୍ଷିଣାଂଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ । ବ୍ରହ୍ନପୁର ରକ୍ତ ଭଣ୍ଡାରରେ ଦେଖା ଯାଉଥିବା ରକ୍ତ ସମସ୍ୟା ଦୁରୀ କରଣ ନିମନ୍ତେ ବ୍ରହ୍ନପୁର ଏସପି ପିନାକୀ ମିଶ୍ରଙ୍କ ଉଦ୍ୟମ କ୍ରମେ ଉତ୍ସଗ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି । ଆଜିର ଏହି ରକ୍ତଦାନ ଶିବିରରେ ବ୍ରହ୍ନପୁର ପୋଲିସ ଜିଲ୍ଲାର ବହୁ କର୍ମଚାରୀ ଯୋଗ ଦେଇଥିଲେ । କୋଭିଡ଼ର ସମସ୍ତ ନିୟମ ଯେପରି ସାମାଜିକ ଦୁରତା ଓ ମାସ୍କ ବ୍ୟବହୃତ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା