

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କ୍ରୀଡା ଛାତ୍ରାବାସର ଛାତ୍ର ଭକ୍ତରାମକୁ ବ୍ରହ୍ମପୁରରେ ଛାତ୍ରାବାସ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କିଛି ଦିନ ପୂର୍ବେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ଯୁବ ରାଜ୍ୟ ଗୋଷ୍ଠୀ ଭରଉତ୍ତୋଳନରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ଲାଲଗଡ଼ର ଭକ୍ତରାମ । ଶୁକ୍ରବାର ସନ୍ଧ୍ୟାରେ ଭକ୍ତରାମ ବ୍ରହ୍ମପୁରରେ ପହଞ୍ଚିଥିଲେ । ତାଙ୍କୁ ରେଳ ଷ୍ଟେସନରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏକ ବିରାଟ ପଟୁଆରରେ ବ୍ରହ୍ମପୁର ସହର ସାରା ଭ୍ରମଣ କରାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



