ବ୍ରହ୍ମପୁରରେ ଟିଇଡିଏସ୍କ(TEDX) କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଗତକାଲି ଟିଇଡିଏସ୍କ(TEDX) କାର୍ଯ୍ୟକ୍ରମ ବ୍ରହ୍ମପୁର ମହାନଗରର ହିଲପାଟଣା ସଂସ୍କୃତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଣେ ଛାତ୍ର ଓ ବୟସ୍କ ବ୍ୟକ୍ତି ନିଜେ ସ୍ୱାଧୀନ ଭାବେ ନିଜର ଜ୍ଞାନ କୌଶଳ ମାଧ୍ୟମରେ କିପରି ବାଲ୍ୟରୁ ପରିଶ୍ରମ କରି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଗଣିତ ହୋଇପାରିବ ଓ ହୋଇପାରିଛି । ସେହି ବିଷୟକୁ ନେଇ ଟିଇଡିଏସ୍କ(TEDX) କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ବ୍ୟବସ୍ଥା କରାଯାଇଥିଲା । ଏହୀ ୨୧ ଜୁଲାଇ ୨୦୧୯ ରିଖଦିନ ୨ଘଣ୍ଟା ଠାରୁ ଆରମ୍ଭ କରି ସନ୍ଧ୍ୟା ୫ ଘଣ୍ଟିକା ସମୟ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସହରର ପ୍ରିନ୍ସ ସରୋଜ କୁମାର ବୁଦ୍ଧିମାନ ବ୍ୟକ୍ତି ତାଲିମ ଦେଇଛନ୍ତି । ସମାଜରେ ଜଣେ ବ୍ୟକ୍ତି ନିଜେ ସ୍ୱାଧୀନ ଭାବେ କିଭଳି ନୀଚ ସ୍ତରରୁ ଉଚ୍ଚ ହୋଇପାରୁଛନ୍ତି ବିଭିନ୍ନ ଉଦାହରଣ ମାଧ୍ୟମରେ ଉପଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଥୋମାସ, ସୃତି ଜଇସୱାଲ, କଟକର ରୀଙ୍କ ଟାଉଙ୍କ, ପ୍ରିନ୍ସ ସରୋଜ କୁମାର ବ୍ରହ୍ମପୁର, ଅର୍ଣ୍ଣଟିନି ମିଶ୍ର ଲେଖକ ବ୍ରହ୍ମପୁର, ଚେନ୍ନାଇର ଆଦିତ୍ୟ ସିଂ କନିଷ୍ଠ ବୈଜ୍ଞାନିକ ଓ କଟକର ମନୀଷା ଗୋଏଙ୍କାଙ୍କ ସମେତ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶେଖର ସୁମନ ମାଝୀ ଓ ଅନ୍ତର୍ଜାତୀୟ ରଣପା ନୃତ୍ୟ ସ୍ୱାୟମ ପ୍ରଭା ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜକ ମୁଖ୍ୟ ଶ୍ରୀମତୀ ଋତୁପର୍ଣ୍ଣା ମହାପାତ୍ର ଓ ସହଯୋଗୀ ଆୟୋଜକ ଶ୍ରୀମତୀ ପ୍ରିୟଙ୍କା ସାହୁ । ଏହାସହ ଓଡିଶା ଓ ରାଜ୍ୟରୁ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

ରିପୋର୍ଟ : ତ୍ରିନାଥ ବେହେରା