

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ବ୍ରହ୍ମପୁର ପଟ୍ଟାରିକ୍ସା ଚାଳକ ସଂଘର ଏକ ବୈଠକ ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(INTUE)ର ଜିଲ୍ଲା ସଭାପତି ଶ୍ରୀ ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମକର ସଂକ୍ରାନ୍ତି ଦିନ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ଏହି ସଂଘଠନର ବାର୍ଷିକ ଅଧିବେଶନକୁ ଧୁମଧାମରେ ପାଳନ କରାଯିବା ସହ ବୈଠକରେ ସଂଘର ବିଭିନ୍ନ ସୁବିଧା ଅସୁବିଧା ବିଷୟ ଆଲୋଚନା କରାଯାଇଥିଲା । ପଟ୍ଟାରିକ୍ସା ଚାଳକମାନଙ୍କର ପରିବାର ବିଭିନ୍ନ ଅସୁବିଧା ଭିତରେ ଚଳୁଥିବା ମଧ୍ୟ ସେମାନେ କୌଣସି ପ୍ରକାର ସରକାର ସୁବିଧା ପାଉନଥିବା ଏପରିକି ଶ୍ରମିକର ମାନ୍ୟତା ପାଉନଥିବା ବୈଟକରେ ଉଦବେଗ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଅସଂଗଠିତ ଶ୍ରମିକର ପରିଚୟ ପତ୍ର ତୁରନ୍ତ ସେମାନଙ୍କୁ ଯୋଗାଇ ଦେବକୁ ସଭାପତି ପୀତବାସ ପଣ୍ଡା ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ସୁରେଶ ବେହେରା, ଆଇନ ଉପଦେଷ୍ଟା ବସନ୍ତ ପାତ୍ର, ସଂପାଦକ କୃଷ୍ଣଶନ ରାଓ, ରମେଶ ବାଡ଼ତ୍ୟା, ରାଜେନ୍ଦ୍ର ବେହେରା, ନୀଳ ପଣ୍ଡା, କାଳୁ ସାହୁ, ଶିବ ସାହୁ, ରବି ଗୌଡ଼, ନିରଞ୍ଜନ ସାହୁ, ପ୍ରଭାକର ସାହୁ, ଲିଲୁ ଜେନା, ଭାଗ୍ୟ ଦାସ, ସିମାଞ୍ଚଳ ଦାସ, ରବୀନ୍ଦ୍ର ଗୌଡ଼, ବସନ୍ତ ପାତ୍ର, କେଦାର ବେହେରା, ଭୈରବୀ ପାଇକ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

