

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗୋସାଇଁନୂଆଗାଁ କେ.ସି.ହାଇସ୍କୁଲ ପଡିଆରେ ବିଡିଏ ତରଫରୁ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ବିଭିନ୍ନ କିସମର ୩୦ଟି ଗଛ ଲଗାଯାଇଛି । ଏହାସହ ବୃକ୍ଷରୋପଣ ବିଷୟରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ସଚେତନ କରାଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମଞ୍ଜୁଳା ଦେବୀ, ରାସ ବିହାରୀ ଦାସ, ପ୍ରମୋଦ ମହାରଣା, ଭିଷ୍ମଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, କେଦାର ନାଥ ଚୌଧୁରୀ, ରିତୁ ପଣ୍ଡା, ମୁକୁନ୍ଦ ଗୌଡ଼, ପାର୍ବତୀ ପ୍ରଧାନ, ମମତା ରାଏ, ଉମା ମିଶ୍ର, ଶିବ ପ୍ରଧାନ, ଲୁନା ମହାରଣା, ପ୍ରଭାକର ମହାନ୍ତି, ଏଙ୍କାଟି ରେଡି, ଜନାର୍ଦ୍ଧନ, ଜିତେନ୍ଦ୍ର ନାଥ, ବଳରାମ ପାତ୍ର, ମମୀନୀ, ମନୋଜ ରାଓ, କୈଳାସ ପଟ୍ଟନାୟକ, ମହେନ୍ଦ୍ର ପାତ୍ର, ରବୀନ୍ଦ୍ର ଦାସ, ସଂଜୀବ, ବାଦଲ, ହୃଷିକେଶ, ପ୍ରଶାନ୍ତଙ୍କ ସମେତ ବହୁ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

