ବ୍ରହ୍ମପୁରରେ ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ପାଳନ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଭାରତୀୟ ଜନସଂଘର (ବର୍ତ୍ତମାନ ବିଜେପି) ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ପ୍ରବୀର ପାତ୍ରଙ୍କ ସହ ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ସାତୋଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିଲେ । ୧୯୧୬ ସେପ୍ଟେମ୍ୱର ୨୫ ତାରିଖ ଆଜିର ଦିନରେ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଚନ୍ଦ୍ରଭାନ ଠାରେ ଜନ୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୭ ମସିହାରେ ଜନସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିଲେ । ଆଜିର ଅଖଣ୍ଡ ଭାରତ ପ୍ରସଙ୍ଗ ହେଉ କିମ୍ବା କାଶ୍ମୀରରୁ ୩୭୦ ଧାରା ଉଛେଦ, ଭାରତର ଜାତୀୟତା, ସ୍ୱାଭିମାନ ଓ ସର୍ବୋପରୀ ଦେଶପ୍ରେମର ବହ୍ନି ଜାଳିଥିବା ଏହି ମହାପୁରୁଷ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ବୋକ୍ତା ମାନେ ଆଲୋକପାତ କରିଥିଲେ । ଅନ୍ତୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲଙ୍କ ଏହି ସିଦ୍ଧାନ୍ତକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ବିକାଶ ପାଇଁ ସର୍ବଦା ପ୍ରୟାସରତ ଥିବାବେଳେ, ପଣ୍ଡିତ ଦୀନଦୟାଲଙ୍କ ଆଦର୍ଶ ଓ ତ୍ୟାଗ ମାର୍ଗକୁ ପାଥେୟ କରି କାର୍ଯ୍ୟକର୍ତ୍ତା ମାନେ ଆଗେଇବାକୁ ବରିଷ୍ଠ ନେତା କାହ୍ନୁ ଚରଣ ପତି ତାଙ୍କ ଅଭିଭାଷଣ ରଖିଥିଲେ ‌। ଏହି ଅବସରରେ ଆଜି ବ୍ରହ୍ମପୁର ବିଧାନସଭାର ସାତୋଟି ଯାକ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ବୁଥ୍ ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ ସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଜଣେ ଜଣେ କାର୍ଯ୍ୟକର୍ତ୍ତା ଶହେ ଲେଖାଏଁ ବିଜେପିର ପ୍ରାଥମିକ ସଦସ୍ୟତା କରିଥିଲେ । ଏହି ଅବସରରେ ଗାନ୍ଧୀନଗର ମଣ୍ଡଳ ପକ୍ଷରୁ ପ୍ରଫୁଲ୍ଲ ପାଣିଗ୍ରାହୀ,କେ.ରବି ରାଓ,ଶିରିଡ଼ି ବିକ୍ରମ,ଗେଟ୍ ବଜାର ମଣ୍ଡଳ ପକ୍ଷରୁ ଧର୍ମରାଜ ପାଣିଗ୍ରାହୀ,ଦେବୁନ୍ ପଟ୍ଟନାୟକ,ଆସ୍କା ରୋଡ଼ ମଣ୍ଡଳ ପକ୍ଷରୁ ଭାବଗ୍ରାହୀ ପାଳ,କମଲ୍ ପାତ୍ର,ଶକ୍ତି ପଟ୍ଟନାୟକ,ରବି ବେହେରା,ପୁରୁଣା ବ୍ରହ୍ମପୁର ମଣ୍ଡଳ ପକ୍ଷରୁ କେ.ଟୁଙ୍ଗୁରୁ ପାତ୍ର,ଅଖିଲ୍ ବେହେରା,ସାନ ବଜାର ମଣ୍ଡଳ ପକ୍ଷରୁ ସରୋଜ ପାତ୍ର,ଅମର ସାହୁ,ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ କୃଷ୍ଣ ଚନ୍ଦ୍ର ଚୌଧୁରୀ,ଶ୍ରୀଧର ପାଳ,ଶୀତଲ୍ ଜେନା,ରବି ନାରାୟଣ ସାବତ,କମାପଲ୍ଲୀ ମଣ୍ଡଳ ପକ୍ଷରୁ ଗୋପିନାଥ ପଣ୍ଡା,ଆଶିଷ ଦାସ,ବିପିନ୍ ଦାସଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ଏବଂ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ମଦନ ମୋହନ ପାତ୍ର,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଏସ୍.ଶ୍ରୀନିବାସ୍ ଏବଂ ଜିଲ୍ଲା ସମ୍ପାଦିକା ଏସ୍.ରାଣୀଙ୍କ ତତ୍ତ୍ୱାବଧାନରେ ମିଲେଟେରୀ ଲେନ୍ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସେବା ପକ୍ଷ ସଦସ୍ୟ ଡ଼ା.ଅମୁଲ୍ୟ ଚୋୖଧୁରୀ,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା କୁଞ୍ଜବିହାରୀ ପଣ୍ଡା,ଯୁବ ନେତା ଚିନ୍ମୟାନନ୍ଦ ପଟ୍ଟନାୟକ,ମନୋଜ ମହାରଣା,କୃଷ୍ଣ ପଲେଇ,ଏସ୍.ଶ୍ରୀନିବାସ,ଉପେନ୍ଦ୍ର ସେଠୀ,ଯୋଶେଫ କଟୋନ୍,ସୁନିଲ ମହାରଣା ପ୍ରମୁଖଙ୍କ ସମେତ ବିଭିନ୍ନ ସ୍ଥାନରେ ବହୁ ଅଞ୍ଚଳ ବାସୀ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟି , ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ, ସୁନିଲ କୁମାର ସାହୁ ଜଣାଇଛନ୍ତି । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା