

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ ପରିସରରେ ବିଶ୍ୱ ନାଟ୍ୟ ଦିବସ ପାଳନ ହୋଇଯାଇଛି । ଏକଦା ଗଞ୍ଜାମ ଜିଲ୍ଲାର ଏନ୍ତୁଡ଼ିଶାଳ ଥିବା ମଞ୍ଚ ନାଟକ ଏବଂ ବେଶ ଆଦୃତ ଲାଭ କରିଥିବା ମଞ୍ଚ ନାଟକ ଧିରେ ଧିରେ ଲୋପ ପାଇବାକୁ ବସିିଥିବାବେଳେ ମଞ୍ଚ ନାଟକ କଳାକାରମାନେ ଏକାଠି ହୋଇ ପୁଣି ମଞ୍ଚ ନାଟକର ଲୋକାଭିମୁଖି କରିବା ନିମନ୍ତେ ମତବ୍ୟକ୍ତ କରିବା ସହ ସଂକଳ୍ପ ନେଇ ପ୍ରଥମେ କଳାକାର ଓ କଳାପ୍ରେମୀମାନେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରୁ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି କମ୍ୟୁନିଟ ହଲଠାରେ ପହଞ୍ଚିଥିଲେ । ସେଠାରେ ମଞ୍ଚ କଳାକାର ମିହିର ତ୍ରିପାଠୀଙ୍କ ସଂଯୋଜନାରେ ସଭା ଓ ସମ୍ପର୍ଦ୍ଧନା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଅଭିନବ ଜଗତ ବ୍ରହ୍ମପୁର ଓ ଜିଲ୍ଲା ସାଂସ୍କୃତିକ ପରିଷଦ ଗଞ୍ଜାମର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ
ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକତୋର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁକ୍ରୁ ସ୍ୱାଇଁ, ସାମ୍ବାଦିକ ଅଶୋକ ବ୍ରହ୍ମା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚ ନାଟକ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ନାଟ୍ୟକାର ରମେଶ ମହାରଣା, ନାଟ୍ୟ ନିର୍ଦ୍ଦେଶକ ତିରୁପତି ସାହୁ, ମଞ୍ଚ ଉପସ୍ଥାପକ ଓ ସଂଗଠକ ଅରୁଣ ଶତପଥୀ, ଅଭିନେତା ପ୍ରମୋଦ ଚୌଧୁରୀ ପ୍ରମୁଖଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୱେଷା କଳାକେନ୍ଦ୍ର ଓ ଏକଲବ୍ୟ କଳା ନିକେତନର କଳାକାରମାନେ ସାଂସ୍କୃତିିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଷାରାଣୀ ମହାପାତ୍ର, ରବୀନ୍ଦ୍ର କୁମାର ନାୟକ, ଅନିଲ ପାତ୍ର, ଜୟନ୍ତୀ ମିଶ୍ର, ସୁବାସ ଚନ୍ଦ୍ର ସାହୁ, ମନୋଜ ଦଣ୍ଡପାଟ, ଦୁର୍ଗା ଆଚାର୍ଯ୍ୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



