

ବ୍ରହ୍ମପୁର : ସାରା ଓଡ଼ିଶା ତଥା ଭାରତ ବର୍ଷ ରେ ସିଲ୍କ ସିଟି ରୂପେ ପରିଚିତ ବ୍ରହ୍ମପୁର ସହରରେ ବର୍ତ୍ତମାନ ବୁଲା କୁକୁର ଙ୍କ ପ୍ରାଦୁର୍ଭାବ ଏବଂ ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଦୀର୍ଘଦିନ ଧରି ବ୍ରହ୍ମପୁର ସହର ମୁଖ୍ୟ ମୁଖ୍ୟ ଅଞ୍ଚଳ ଯେଉଁ ସ୍ଥାନ କୁ ରାତି ପାହିବା କ୍ଷଣି ହଜାର ହଜାର ଲୋକ ନିଜର ମୌଳିକ କାର୍ଯ୍ୟ ଏବଂ ଆସବାବ କାମ ନିମନ୍ତେ ଯିବା ଆସିବା କରନ୍ତି ସେହି ସବୁ ସ୍ଥାନ ମାନଙ୍କରେ ଏବେ ବୁଲା କୁକୁର ମାନଙ୍କ ଆତଙ୍କ ଯୋଗୁଁ ଲୋକେ ଭୟ ଭୀତ। ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ପରିସରରେ ଏପରିକି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜକୁ ଦୀର୍ଘ ଦିନ ହେଲା କୁକୁର ମାନେ କୋର୍ଟ କୁ ଆସୁଥିବା ଆଇନଜିବୀ, ତଥା ଯିବା ଆସିବା କରୁଥିବା ସାଧାରଣ ଜନ ସାଧାରଣ ଙ୍କୁ ଗୋଡେଇ ଗୋଡେଇ କାମୁଡୁଛନ୍ତି । ଏ ନେଇ ଆଇନଜୀବିଙ୍କ ପାଖରୁ ଖବର ମିଳିଛି କି WhatsApp ଓକିଲ ଗ୍ରୁପରେ ଏ ନେଇ ଓକିଲ ମାନେ ସତର୍କ ସୂଚନା ମଧ୍ୟ ବାରମ୍ବାର ପ୍ରକାଶ କରୁଛନ୍ତି।କିନ୍ତୁ ବ୍ରହ୍ମପୁର ମହାନଗର ନିଗମ ସବୁ ଜାଣି ଶୁଣି ବେଫିକର ଆଉ ବେଖାତିର ମନୋଭାବରେ କୌଣସି ପଦକ୍ଷେପ ନେଉ ନାହିଁ ଏପରିକି ଏହି କୁକୁର କାମୁଡ଼ା କୁ ନେଇ ଏକ ଅଭିଯୋଗ ଜାତୀୟ ମାନବାଧିକାର ଙ୍କ ନିକଟରେ ବିଚାରାଧୀନ ରହିଥିବା ସତ୍ତ୍ୱେ । ଏଥିରୁ ଏହା ଜଣା ପଡୁଛି ଯେ ବ୍ରହ୍ମପୁର ମହାନଗର ନିଗମ କେତେ ବେଫିକର୍ ଆଉ ବେଖାତିର୍! ତେଣୁ ଏହି ବୁଲା କୁକୁରଙ୍କ ଦୌରତ୍ମ୍ୟ କୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।