



ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗତକାଲି ରାଜ୍ୟ ବିଦ୍ୟାଳୟ ସମୂହ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଳକ ବିଭାଗରେ ଗଞ୍ଜାମ, କେଉଁଝର, ସମ୍ବଲପୁର, କୋରାପୁଟ, ବରଗଡ଼, କଟକ, ଭୁବନେଶ୍ୱର ଏହି ୭ଟି ଜିଲ୍ଲା ଏବଂ ବାଳିକା ବିଭାଗରେ ଗଞ୍ଜାମ, ସମ୍ବଲପୁର, କଟକ, ଭୁବନେଶ୍ୱର ଏହି ୪ଟି ଜିଲ୍ଲା ର ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗରେ ଗଞ୍ଜାମ ୪୧-୩୪ ପଏଣ୍ଟରେ କଟକ ଉପବିଜେତା ହୋଇଥିଲେ । ବାଳିକା ବିଭାଗରେ ଭୁବନେଶ୍ୱର ୩୧-୧୨ ପଏଣ୍ଟରେ କଟକ କୁ ପରାସ୍ତ କରି ବିଜେତା ହୋଇଥିବା ବେଳେ କଟକ ଉପବିଜେତା ହୋଇଥିଲେ । ବାଳିକା ବିଭାଗରେ ଭୁବନେଶ୍ୱର ୩୧-୧୨ ପଏଣ୍ଟରେ କଟକକୁ ପରାସ୍ତ କରି ବିଜେତା ଓ କଟକ ଉପବିଜେତା ହୋଇଥିଲା . ରାଜ ନାରାୟଣ ପାତ୍ର, କାଜଲ କୁମାର ସାହୁ, ମହେଶ ମିଶ୍ର, ଜି.କେ. ପ୍ରସାଦ, କଳି ପ୍ରସାଦ ରଥ, ନାଗେଶ୍ୱର ରାଓ, ସୁଧୀର ପରିଡା ପ୍ରମୁଖ ଏହାର ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଦିଗନ୍ତ ରାଉତ ରାୟ, ମୁଖ୍ୟବକ୍ତା ଭୁବନେଶ୍ୱର ଏ.ଡି.ପି.ଇ. ଲକ୍ଷ୍ମୀ ପ୍ରିୟା ଦେବୀ, ସମ୍ମାନିତ ଅତିଥି ବି.ଇ.ଓ. ପ୍ରଭାତୀ କୁମାରୀ ମହାପାତ୍ର, ବ୍ରହ୍ମପୁର ଷ୍ଟାଡିଅମ ଇନଚାର୍ଜ ସଚିନ୍ଦ୍ର କୁମାର ମାଝୀ, ଗଞ୍ଜାମ ଡି.ଏସ.ଓ. ପ୍ରଶାନ୍ତ କୁମାର ସାହୁ, ସଭାପତି ଡି.ଇ.ଓ. ଡ଼. ସନାତନ ପଣ୍ଡା ପ୍ରମୁଖ ଅତିଥି ମାନେ ଏହାର ସଭା ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଗଞ୍ଜାମ ଡି.ଇ.ଓ. ଡ଼.ସନାତନ ପଣ୍ଡା, ମୁଖ୍ୟବକ୍ତା ଗଂଜାମ ଏ.ଡି.ଇ.ଓ. ବନିତା ସେନାପତି, ସମ୍ମାନିତ ଅତିଥି ଜି.ଡି.ଏ ଏ ସଂପାଦକ ଅଶୋକ କୁମାର ସାହୁ, ସଭାପତି ବି.ଇ.ଓ. ପ୍ରଭାତୀ କୁମାରୀ ମହାପାତ୍ର ପ୍ରମୁଖ ଅତିଥି ମାନେ ସଭା ଉଦଯାପନ କରିଥିଲେ. ଶେଷରେ ଆଇ.ପି.ଇ. ଭାଗିରଥି ସ୍ୱାଇଁ ଧନ୍ୟବାଦ ଦେଇଥିଲେ । କେଦାର ନାଥ ଚୌଧୁରୀ ଏହି ସଭାର ପରିଚାଳନା କରିଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା





