

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଜାମ୍ମୁ କାଶ୍ମୀର ଧାରା ୩୭୦ ଓ ୩୫(କ) ଅନୁଚ୍ଛେଦ ଉଚ୍ଛେଦ ପରେ ରାଷ୍ଟ୍ରୀୟ ଏକତା ଅଭିଯାନ ସମ୍ପର୍କିତ ଜନ ଜାଗରଣ କାର୍ଯ୍ୟକ୍ରମ ସାରା ଭାରତରେ ପାଳନ ହେଉଥିବା ବେଳେ ବ୍ରହ୍ମପୁର ଡାଇମଣ୍ଡ ଜୁବଲୀ ଟାଉନ ହଲ ଠାରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଏହି ଅଭିଯାନର ରାଷ୍ଟ୍ରୀୟ ସଦସ୍ୟ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ସେହିପରି କେଉଁଝର ବିଧାୟକ ତଥା ଦଳର ସଚେତକ ମୋହନ ଚରଣ ମାଝୀ, ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ରାଜ୍ୟ ସମ୍ପାଦକ ବିଭୁତି ଭୂଷଣ ଜେନା, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପତିଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ । ଏସ.ରାଣୀ, ପ୍ରଭାତ ଷଡ଼ଙ୍ଗୀ, ପିଙ୍କି ପ୍ରଧାନ, ସୂର୍ଯ୍ୟ ଦାଶ, ପି.କେ ପାତ୍ର, ସୁନୀଲ ସାହୁ, ମଦନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







