

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଲୱାମା ଠାରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଦେଶର ୪୪ଜଣ ଯବାନ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ନିମନ୍ତେ ବ୍ରହ୍ମପୁର ସହର ଜୟଜବାନ, ଭାରତ ମାତାକି ଜୟ ଧ୍ୱନୀରେ ପ୍ରକମ୍ପିତ ହୋଇ ଜିଲ୍ଲା ପୋଲିସ, ସାମ୍ବାଦିକ, ରାଜନୈତିକ ଦଳଙ୍କ ସମେତ ସହରର ବହୁ ସଂଗଠନ ପକ୍ଷରୁ ଗାନ୍ଧିନଗର ଛକଠାରୁ ଏକତ୍ରିତ ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶିକ୍ଷାବିତ, ବୁଦ୍ଧିଜିବୀ ଓ ବହୁ ଶିକ୍ଷାନୁଷ୍ଠାନ ଏହି ଶ୍ରେଦ୍ଧାଞ୍ଜଳି ଓ ମହମବତୀ ଯାତ୍ରାରେ ସାମିଲ ହୋଇଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ଘଟଣାକୁ ଦୃଢ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା ପାଇଁ ସ୍ଲୋଗାନ ଦେଇଥିଲେ । ବ୍ରହ୍ମପୁର ପ୍ରେସକ୍ଳବ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗଦେଇ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆମର ଆତ୍ମାର ସଦଗତି କାମନା କରି ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ । ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ଶାନ୍ତନୁ ପାଢ଼ୀ, ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଡ଼ିଏସପି ଅଜୟ ମିଶ୍ର ଓ ବଟକୃଷ୍ଣ ମିଶ୍ର ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ବହୁ କର୍ମୀ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଓ ଦୀପକ ପଟ୍ଟନାୟକ, ନଗର ସଭାପତି ପ୍ରମୋଦ ଜେନା, ଯୁବନେତା ଶିବରାମ ପାତ୍ର, ରବୀନ୍ଦ୍ର ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ବିଜେପିର ଏକ ବିରାଟ ରାଲି ସହର ପରିକ୍ରମା କରିବା ପରେ ଗାନ୍ଧିନଗର ଛକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ରୁପେଶ ମହାପାତ୍ର, ଡି. କରୁଣାକର, ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଧରଣୀଧର ବେହେରାଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ । ସେହିଭଳି ସେବା ନିବୃତ ଶିକ୍ଷକ କର୍ମଚାରୀ ସଂଘ, ମାରୱାଡି ମହିଳା ସମିତି, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, ଫୋରମ୍ ଫର ଗଞ୍ଜାମ ପକ୍ଷରୁ ସଂଯୋଜକ ସୁଧୀର କୁମାର ରାଉତଙ୍କ ନେତୃତ୍ୱରେ ବହୁ ସଦସ୍ୟ ସାମିଲ ହୋଇଥିଲେ । ଏଥିରେ ପ୍ରିଣ୍ଟ ମିଡିଆ, ଇଲେକଟ୍ରଲ ମିଡ଼ିଆ, ୱେବ ମିଡିଆ, ସାମ୍ବାଦିକଙ୍କ ସମେତ ସମୃଦ୍ଧ ଓଡିଶା ଖବର କାଗଜର ସାମ୍ବାଦିକ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




