ବ୍ରହ୍ମପୁରରେ ସର୍ବ ଭାରତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟ ଏସପି ପିନାକୀ ମିଶ୍ରଙ୍କ ଦ୍ଵାରା ଉଦଘାଟିତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ୧୬ ବର୍ଷରୁ କମ୍ ବାଳକ ଏବଂ ବାଳିକା ଚମ୍ପିୟନସିପ୍ ୨୦୧୮ ଉଦଘାଟିତ ହୋଇଛି । ଆଜି ସ୍ଥାନୀୟ ୟୁନିୟନ୍ କ୍ଲବ୍ ଠାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ପିନାକ ମିଶ୍ର ଯୋଗ ଦେଇ ଏହି ସର୍ବ ଭାରତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ । ଓଡ଼ିଶା ଟେନିସ୍ ଆସୋସିଏସନ୍ ତତ୍ୱାବଧାନରେ ଏବଂ ଗଞ୍ଜାମ ଜିଲ୍ଲା ଟେନିସ୍ ଆସୋସିଏସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନିୟନ୍ କ୍ଲବ୍ ଟେନିସ୍ ଏରେନା ଠାରେ ଅନୁଷ୍ଠିତ ହେବ । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । । ସେହିଭଳି ଆସନ୍ତା ୨୪ ଏବଂ ୨୫ ଦୁଇଦିନ ଭେଟେରାନ୍ ୪୦, ୫୦ ଏବଂ ୬୦ ପ୍ଲସ୍ ଡବଲ୍ସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଚଣ୍ଡିଗଡ଼, ମହାରାଷ୍ଟ୍ର, କେରଳ, ପଞ୍ଜାବ, ହରିୟାନା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶାର ବହୁ ନାମୀ ଖେଳାଳୀ ଅଂଶଗ୍ରହଣ କରିଛନ୍ତି । ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ଏସପି ଶ୍ରୀ ମିଶ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲା ଟେନିସ୍ ଆସୋସିଏସନ୍ର ସଭାପତି ବିଶ୍ୱରଞ୍ଜନ, ୟୁନିୟନ୍ କ୍ଲବ୍ ସଭାପତି ଭିଭିକେ ମନୋଜ, ସମ୍ପାଦକ ରାଜୀବ, ଭେଟେରାନ୍ ଅର୍ଜୁନ ସ୍ୱାଇଁ, ଆୟୋଜନ ସମ୍ପାଦକ ଉମା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ନିମାଇଁ  ଚରଣ ପଣ୍ଡା