


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଶ୍ରମ ସ୍ଥିତ ମୁକ୍ତ ମଞ୍ଚରେ ବ୍ରହ୍ମପୁରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନବ ନିର୍ବାଚିତ ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି । ସଂସ୍କୃତି ଧର୍ମୀ ପତ୍ରିକା ଅଭିନୟ ଜଗତ ଓ ନୃତ୍ୟାନୁଷ୍ଠାନ ଅନ୍ଵେଷା କଳାକେନ୍ଦ୍ରର ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡ଼ଃ ମିହିର କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମତୀ ଉଷାରାଣି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗଞ୍ଜାମ କଳାପରିଷଦର ସମ୍ପାଦକ କୄର୍ଣ୍ଣଚନ୍ଦ୍ର ସିଂହ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀର ସାଧାରଣ ସମ୍ପାଦକ ରମେଶ ମହାରଣା, କେ ବଳରାମ ଦାସ, ଓଡିଶୀ ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର, କଳା ଓ କଳାକାର ପ୍ରତିଷ୍ଠାନର ସମ୍ପାଦକ ପି. ସୁବାଷ ଚନ୍ଦ୍ର ପାତ୍ର, ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ନାୟକ, ତ୍ରିପତି ନାୟକ(ନାଟ୍ୟକାର) ନୃତ୍ୟ ଶିଳ୍ପୀ ସୁବାଷ ଚନ୍ଦ୍ର ସାହୁ, ସୂଦୀପ ସାହୁ, ନବ କିଶୋର ମହାପାତ୍ର, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ଗଞ୍ଜାମ ଜିଲ୍ଲା କିନ୍ନର ସଂଘ ତରଫରୁ ବିନି ଏବଂ ବିନ୍ଦିଆ, ଆପା ରାଓ, ପ୍ରୟାସ ନାଟ୍ୟ ସଂସ୍ଥା-ନଳିନୀ ଗୌଡ଼, ଶାଶ୍ଵତୀ ଅନୁଷ୍ଠାନରୁ ରାମଚନ୍ଦ୍ର ସାସମଲ ଏବଂ ସୁନୀଲ ସ୍ୱାଇଁ ଦେବେନ୍ଦ୍ର ନନ୍ଦ, ସୁବୋଧ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଟୁଇକିଂଲ ସଂଯୋଜନା କରିଥିଲେ । କୋରେଷ ପାତ୍ର, ସମ୍ବିତ ପାଢ଼ୀ, କୈଳାସ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଅନ୍ଵେଷା କଳାକେନ୍ଦ୍ର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



