



ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁରର ପୂର୍ବତନ ବିଧାୟକ,ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଜେପି ନେତୃବୃନ୍ଦ ବ୍ରହ୍ମପୁର ସ୍ଥିତ ଚ୍ୟାଉପଟନାୟକଙ୍କ ନିଜ ବାସଭବନକୁ ଯାଇ ସ୍ୱର୍ଗୀୟ ବିଜୟଲକ୍ଷ୍ମୀ ଚ୍ୟାଉପଟନାୟକଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣେଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବ୍ରହ୍ମପୁର ବାସୀ ଜଣେ ଶାନ୍ତ ସରଳ,ମିଷ୍ଠଭାଷୀ,ପରୋପକାରୀ,ଧର୍ମପରାୟଣା ଓ ସମାଜସେବୀଙ୍କୁ ହରେଇଲେ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି । ସ୍ୱର୍ଗତ ବିଜୟଲକ୍ଷ୍ମୀ ଚ୍ୟାଉପଟନାୟକଙ୍କ ବିୟୋଗ ବ୍ରହ୍ମପୁର ବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ ଜଣାଇଛନ୍ତି ।
ରିପୋର୍ଟ : ରଜତ ପଟ୍ଟନାୟକ