ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆସନ୍ତା ୨ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମାଁଙ୍କ ଯାତ୍ରା ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ସେ ଅନୁଯାୟୀ ଚଳିତବର୍ଷ ମାଁଙ୍କ ଯାତ୍ରା ପୁଣି ଅନୁଷ୍ଠିତ ହେଉଛି । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆସନ୍ତା ୧୧ ତାରିଖ ଦିନ ମାଁଙ୍କ ଶୁଭଖୁଣ୍ଟି ସ୍ଥାପନ ହେବ । ମାଁଙ୍କ ଯାତ୍ରା ଏପ୍ରିଲ୍ ୨ ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିିତ ହେବ ବୋଲି ସୂଚନା ମିଳିଛି । ଆସନ୍ତା ୧୧ ତାରିଖ ଦିନ ଶୁଭଖୁଂଟି ସ୍ଥାପନ ନିମନ୍ତେ ଶୁଭବେଳା ଧାର୍ଯ୍ୟ ହୋଇଛି । ରାତିି ସାଢ଼େ ୯ ଟାରୁ ବିଳମ୍ବିତ ରାତି ଗୋଟାଏ ୪୦ ମିନିଟ ପର୍ଯ୍ୟନ୍ତ ଶୁଭବେଳା ରହିଥିବାରୁ ଏହି ସମୟରେ ମାଁଙ୍କ ଶୁଭଖୁଂଟି ସ୍ଥାପନ ହେବ ବୋଲି ସୂଚନା ମିଳିଛି । ରାଜ୍ୟର ତଥା ପଡୋଶୀ ରାଜ୍ୟର ଭକ୍ତ ମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା