ବ୍ରହ୍ମପୁର ମହାନଗର ନିଗମ (BMC) ରେ ୨୬ ଟି ପଞ୍ଚାୟତ ର ମିଶ୍ରଣ, ଗେଟ ବଜାର, କମାପଲ୍ଲୀ ଓ ବିଜିପୁର- ଖଲ୍ଲିକୋଟ କଲେଜ ଫ୍ଲାଇଓଭର, MKCG ର ବିକାଶ, ବ୍ରହ୍ମପୁର ରେ ସୁପର ସ୍ପେଭିଆଲିଟୀ ହସ୍ପିଟାଲ ପ୍ରତିଷ୍ଠା, ESI Hospital ପ୍ରତିଷ୍ଠା, RTO ଅଫିସ, ଷ୍ଟାଡିୟମ୍ ରେ ଫ୍ଲଡ୍ ଲାଇଟ୍ ପ୍ରଭୃତି କାର୍ଯ୍ୟ ର ପ୍ରଗତି ସଂପର୍କ ରେ ଜାଣିବା ପାଇଁ ଆଜି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାରଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। BMC ରେ ୨୬ ଟି ପଞ୍ଚାୟତ ର ମିଶ୍ରଣ ପାଇଁ ମାନନୀୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଘୋଷଣା ପାଇଁ ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଯଥା ଶୀଘ୍ର ଏହା କରିବାକୁ ଶ୍ରୀ କୁମାର ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ, ସମ୍ପାଦକ v ସୋମେଶ୍ୱର ରାଓ, ପ୍ରିତିସ ପାଣିଗ୍ରାହୀ, ପ୍ରବୀଣ ପଟ୍ଟନାୟକ, ମାନସ ପାତ୍ର, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ପ୍ରକାଶ ଭାଜନେ, ଭିକାରୀ ନାୟକ, ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଏଜକୁଟିଭ ମେମ୍ବର ନିମାଇଁ ଚରଣ ପଣ୍ଡା ଉପସ୍ଥିତ ଥିଲେ।