ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ମଙ୍ଗଳବାର ଦିନ ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସାହାସପୁର ଗ୍ରାମର ଚୋରା ମଦ ବ୍ୟବସାୟୀକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସୂଚନା ଯେ ଗତକାଲି ସକାଳ ସମୟରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ସାନଖେମୁଣ୍ଡି ତହସିଲଦାର ଅମିତ୍ କୁମାର ନାୟକଙ୍କ ଉପସ୍ଥିତିରେ ସୁବାସଙ୍କ ଘର ଉପରେ ପାଟପୁର ଥାନା ପୋଲିସ୍ ସହାୟତାରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିକ୍ରୀ ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀର ୧୧ ଟି ନକଲି ବିଦେଶୀ ମଦ ବୋତଲ ଏବଂ ୧୮ ଟି ଖାଲି ବୋତଲ ଜବତ କରାଯାଇଥିଲା । ମଦ ବ୍ୟବସାୟୀ ସୁବାସଙ୍କ ନାମରେ ଏକାଧିକ ଅବକାରୀ ମାମଲା ବିଭିନ୍ନ କୋର୍ଟରେ ବିଚାରାଧିନ ଥିବା ଅବକାରୀ ଇନ୍ସପେକ୍ଟର ରୋସନ୍ ଇସୁ ହାଁସଦା କହିଛନ୍ତି । ସୁବାସ ବିଭିନ୍ନ ନାମୀଦାମୀ କମ୍ପାନୀର ଖାଲି ମଦ ବୋତଲ କିଣି ସେଥିରେ ଶସ୍ତା ମଦ ମିଶ୍ରଣ କରି ଲୋକଙ୍କୁ କମ ଦାମ୍ ରେ ବିକ୍ରୀ କରୁଥିବା ଅଭିଯୋଗକୁ ଭିତିକରି ଚଢ଼ାଉ କରାଯାଇଥିବା ଅବକାରୀ ଏସଆଇ ଶ୍ରୀଧର ମହାନ୍ତି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା