


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସ୍ଥାନୀୟ ହୋଟେଲ ସ୍ପେକ୍ରଟମ ଠାରେ ବ୍ରହ୍ମପୁର ଅର୍ଥୋପେଡିକସ କ୍ଲବର ବାର୍ଷିକ ସମ୍ମିଳନୀ ପ୍ରଫେଶର ଡା.ଅବନି କାନ୍ତ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା.ରାଧା ମାଧବ ତ୍ରିପାଠୀ ଯୋଗ ଦେଇଥିଲେ । ପ୍ରଫେସର ଡା.କେ.ଏମ. ପାଠି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସଂଘର ସଂପାଦକ ଡା. ଶଙ୍କର୍ଷଣ ପାତ୍ର ବିବରଣୀ ପାଠ କରିଥିଲେ । ରାଜ୍ୟର ବିଭିନ୍ନ ସହରରୁ ଆସିଥିବା ବିଶେଷଜ୍ଞମାନେ ତାଙ୍କ ନିଜ ନିଜର ସନ୍ଧର୍ଭ ପାଠ କରିଥିଲେ । ବାର୍ଡ଼ ହସ୍ପିଟାଲର ପ୍ରଫେସର ଡା. ଜଗଦୀଶ ଏବଂ ନିମସ ହାଇଦ୍ରାବାଦର ଡା. ଅରବିନ୍ଦ ଏହି ସମ୍ମିଳନୀରେ ଯୋଗଦେଇ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆଲୋକ ପାତ କରିଥିଲେ । ଶେଷରେ ସଂଘର ପରିଚାଳନା ସମ୍ପାଦକ ଡା. ସୌଭାଗ୍ୟ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



