ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚ ଓ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ଦିବଂଗତ ଡା.ବିଜୟ ସଡଙ୍ଗୀଙ୍କ ସ୍ମୃତିଚାରଣ ଓ ଶୋକସଭା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଅସ୍ଥିଶଲ୍ୟ ବିଭାଗ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଡା.ସଂକର୍ଷଣ ପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର ଡା. ଅବନି କାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ପ୍ରଫେସର ଡା. କେ. ଏମ. ପାଠୀ, ଡା. ଅଶୋକ ନାୟକ, ଡା. ପି.କେ. ନାୟକ, ଡା.ଚନ୍ଦ୍ର ଶେଖର ପ୍ରଧାନ, ଡା.ସମ୍ବିତ୍ ପଣ୍ଡା, ଡା.ସଂଗ୍ରାମ ସାବତ, ଡା.ବିଶ୍ୱକେଶ ପାଣିଗ୍ରାହି, ଡା.ସୌଭାଗ୍ୟ ହୋତା, ଡା.ସଞ୍ଜୟ ବେହେରା ପ୍ରମୁଖ ଡା.ସଡଙ୍ଗୀଙ୍କ ସ୍ମୃତି ଚାରଣ କରି ତାଙ୍କର ମହାନ ବ୍ୟକ୍ତିତ୍ବ ସଂପର୍କରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ ପୁର୍ବକ ମହାନ୍ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା