


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସିଙ୍ଗାପୁର ଆଇଟିଆଇ ବିଭାଗର ନିର୍ଦ୍ଦେଶକ ଲିମ୍ ବୁନ୍ ଟିଓଙ୍ଗ୍, ନୁର୍ ହିଦାୟାହ୍, ରୟ ଟିଓ ବ୍ରହ୍ମପୁର ଆଇଟିଆଇରେ ପହଞ୍ଚିଥିଲେ । ସିଙ୍ଗାପୁରର ଏକ ୩ ଜଣିଆ ବୈଷୟିକ ଟିମ୍ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଟିମ୍ ଫିଟର୍ ଇଲେକ୍ଟ୍ରିସିଆନ୍, ଅଟୋମୋବାଇଲ୍ ଟ୍ରେଡ଼୍ ବୁଲିବା ସହ କାରୁକାର୍ଯ୍ୟ ତଥା ବୈଷୟିକ କଳାକୌଶଳ ସଂପନ୍ନ ସ୍କ୍ରାପ୍ ମ୍ୟୁଜିୟମ୍ ବୁଲି ଦେଖିଥିଲେ । ନିକଟରେ ପ୍ରାୟ ୭ଶହ କେଜି ଅବ୍ୟବହୃତ ଯନ୍ତ୍ରପାତିକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ପେଡ଼ିଏଟର (ହଲିଉଡ଼୍ ସିନେମାର ପ୍ରଦର୍ଶିତ କାଳ୍ପନିକ ଚରିତ୍ର) ମଡ଼େଲ୍ କୁ ମଧ୍ୟ ପରିଦର୍ଶନରେ ଆସିଥିବା ଟିମ୍ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ଟିମ୍ ର ଗସ୍ତ ସମୟରେ ରାଜ୍ୟ ସରକାରଙ୍କ କର୍ମ ନିୟୋଜନ ବିଭାଗ (ଏମ୍ପ୍ଲୟମେଂଟ) ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ରାଜେଶ ପି.ପାଟିଲ୍,ଡ଼ିଟିଇଟି ଉପ ନିର୍ଦ୍ଦେଶକ ଅଜୟ ପଣ୍ଡା, ଆଞ୍ଚଳିକ ଏମ୍ପ୍ଲୟମେନତା ଡ଼ାଇରେକ୍ଟର ଆର୍.ଏମ୍ କିଲାନା, ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ଇଂ.ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କାରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

