


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହିଦ ଲକ୍ଷ୍ମ ନାୟକ କମ୍ୟୁନିଟି ହଲରେ ଗତକାଲି ଓମ ଶ୍ରୀ କଳାକେନ୍ଦ୍ର ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅକ୍ଷୟ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଙ୍ଗୀତ ସନ୍ଧ୍ୟା ଆୟୋଜନ କରାଯାଇଥିଲା
। ଏହି ସଙ୍ଗୀତ ସନ୍ଧ୍ୟାରେ ସମାଜସେବୀ ରଶ୍ମିରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଗଞ୍ଜାମ ଓକିଲ ସଂଘର ସଭାପତି ମୋହନ ସିଂଗରୀ ଅଂଶ ଗ୍ରହଣ କରି ଦିଗଦର୍ଶନ ଦେଇଥିଲେ । ଏହା ସହିତ ଅନୁଷ୍ଠାନରେ ଉପଦେଷ୍ଟା ରାଜ୍ୟ ଆଇନଜୀଵୀ ପରିଷଦର ବରିଷ୍ଠ ସଭ୍ୟ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା, ବିଶ୍ୱଜିତ ପାତ୍ର, ଯୁବ କଂଗ୍ରେସ ସଭାପତି ଅଂଶ ଗ୍ରହଣ କରିଥିଲେ । ଗଂଜାମ ଓକିଲ ସଂଘର ସମ୍ପାଦକ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ରିତା ମହାପାତ୍ର, ସଭାପତି ଭବାନୀ ଚରଣ ମିଶ୍ର, ଉପସଭାପତି ଅସିତ ଶତପଥୀ, ସିଲ୍ଲା ସୁପ୍ରିୟା, ତନୁଶ୍ରୀ ମିଶ୍ର, ସଦାନନ୍ଦ ମହାପାତ୍ର, ପ୍ରତାପ କେଶରୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


