

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋରନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଲକଡାଉନ ସଟଡାଉନ ଜାରି କରାଯାଇଛି । ଏଥି ମଧ୍ୟରେ ବହୁ ଲୋକ ନିଜ ରୋଜଗାର ହରାଇଥିବା ସହ ଅଭାବ ଅନଟନରେ ଚଳୁଛନ୍ତି । ସେମାନଙ୍କ ସହାୟତା ପାଇଁ ବ୍ରହ୍ମପୁର କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦୁଇ ଓଳା ରନ୍ଧା ଖାଦ୍ୟ ଯୋଗାଣ ସହ ଘରୋଇ ସଂଘରୋଧରେ ରହୁଥିବା ଲୋକଙ୍କୁ ଘର ପାଖେ ଖାଦ୍ୟ ଯୋଗାଇବା ଅନବରତ ଜାରି ରଖିଛନ୍ତି । ମହାମାରୀ ପାଇଁ ଲୋକଙ୍କ ଧନ ଜୀବନ ଅସ୍ତ ବ୍ୟସ୍ତ ରହୁଥିବା ବେଳେ ବହୁ ଖବରକାଗଜ ବିତରକ ମାନେ ମଧ୍ୟ ବାଦ ପଡିନାହାନ୍ତି । ସେମାନଙ୍କ ସାହାଯ୍ୟ ପାଇଁ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ନେତୃତ୍ବରେ ବ୍ରହ୍ମପୁରରେ ରହୁଥିବା ୧୧୮ ଖବରକାଗଜ ବିତରକମାନଙ୍କୁ ଟ୍ରଷ୍ଟ ପକ୍ଷରୁ ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଛି । କିଛି ବଦାନ୍ୟ ବ୍ୟକ୍ତି ଓ ଟ୍ରଷ୍ଟର ବହୁ ସଦସ୍ୟ ସଦସ୍ୟା ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥ ମିଶ୍ର, ସସ୍ମିତା ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସ୍ୱର୍ଣ୍ଣଲତା ସାହୁ, ସସ୍ମିତା ସାହୁ, କଳ୍ପନା ନାୟକ, ଅନିତା ପାତ୍ର, ସୁନୀଲ କୁମାର ସାହୁ, ରାମ ପ୍ରସାଦ ପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ଟି. ବିଜୟ ରାଓ, ରାକେଶ ସିଂ ଦେଓ, ସିବାନି ପାଢ଼ୀ, ତମାନ୍ନା ନାୟକ, ଅଶୋକ ପାଣିଗ୍ରାହୀ, ମନୋରଞ୍ଜନ ଚୌଧୁରୀ, ଶିଖା ସୁମନ ପାତ୍ର, ସୋନମ ଦାସ, ଦିଲୀପ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ, ଵିଷ୍ଣୁ ପ୍ରିୟା ପାଢ଼ୀ, ସନ୍ତୋଷ କୁମାର ପାଣିଗ୍ରାହୀ, ବି. ସତୀଶ କୁମାରଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।

