





ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଷାଣୀନୂଆଗାଁ କାଳୁଆ ଯାତ୍ରାରେ ସ୍ୱୟଂ ସେବକଙ୍କ ସେବା ୭ବର୍ଷରେ ପହଞ୍ଚିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ କାଳୁଆ ଯାତ୍ରାରେ ସେବା କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ବର୍ଷ ପୋଲେରି ଅମାବାସ୍ୟା ଠାରୁ କୁମାର ପୂର୍ଣ୍ଣୀମା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ମାଁ କାଳୁଆ ମନ୍ଦିରରୁ ବାହାରି ବଡସାହି ଯାତ୍ରାମଣ୍ଡପରେ ପୂଜା ପାଆନ୍ତି । ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେଉଥିବା ୪ଟି ପ୍ରଧାନ ଯାତ୍ରା ମଧ୍ୟରୁ ପ୍ରସିଦ୍ଧ ମାଁ କାଳୁଆଙ୍କ ଯାତ୍ରା ଗୋଷାଣୀନୂଆଁଗାଁର ଅନ୍ୟତମ । କୁମାର ପୂର୍ଣିମା ଦିନ ମାଁଙ୍କ ଯାତ୍ରା ଶେଷ ହୋଇଥାଏ । ଏହି ଶେଷ ଦିନରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ଦୁରଦୁରାନ୍ତରୁ ଏବଂ ବ୍ରହ୍ମପୁର ସହରତଳି ଅଞ୍ଚଳ ଗ୍ରାମ ଗୁଡିକର ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଭିଢ ଜମାଇଥାନ୍ତି । ଏହି ଦିନ ଅସମ୍ଭାଳ ଭିଡ ଜମିଥାଏ । ପୋଲିସ ଭିଡ ନିୟନ୍ତ୍ରଣ ସକାଶେ ମୁଖ୍ୟ ସଡକରେ କର୍ତ୍ତବ୍ୟ ସଂପାଦନ କରୁଥିଲା ବେଳେ ଯାତ୍ରା ମଣ୍ଡପ ନିକଟରେ ଶୃଙ୍ଖଳାରେ ଭକ୍ତଙ୍କ ଦର୍ଶନ ସକାଶେ ଦୀର୍ଘ ୭ବର୍ଷ ହେଲା ଗୋଷାଣୀନୂଆଁଗାଁର ୩ଟି ରାଷ୍ଟ୍ରୀୟ ସ୍ୱୟଂ ସେବକ ଶାଖାର ସ୍ୱୟଂ ସେବକମାନେ ଦାୟୀତ୍ୱ ବହନ କରିଥାନ୍ତି । ସବୁବର୍ଷ ଭଳି ଏହି ବର୍ଷ ଏହି ୩ଟି ଶାଖାର ୫୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସେବକ ମଣ୍ଡପ ନିକଟରେ ଶୃଙ୍ଖଳିତ ଦର୍ଶନ ସକାଶେ ଭିଡ ନିୟନ୍ତ୍ରଣ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମାଁଙ୍କ ପ୍ରସାଦ ବଣ୍ଟନ କାର୍ଯ୍ୟ କରିଥିଲେ । ଏହି ସେବାରେ ଗୋଷାଣୀନୂଆଁଗାଁ ସରସ୍ୱତୀ ବିଦ୍ୟା ମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହୀନି, ସ୍କାଉଟ୍ ଏବଂ ଗାଇଡର ୩୦ରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ସହଯୋଗ କରିଥିଲେ ।ଆଜି ମାଙ୍କ ଯାତ୍ରା ଶେଷ ହୋଇଛି । ଶେଷ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୁମଧୁର ଅଭୟଙ୍କ ସଙ୍ଗୀତରେ ନାଚି ଉଠିଥିଲେ ଦର୍ଶକ ବୃନ୍ଦ…..ଆପଣ ବି ମଜା ନିଅନ୍ତୁ…





ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
ସୁପ୍ରଭାତ,
ବହୁତ ବଢିଆ l କିନ୍ତୁ ଏହି ଅଞ୍ଚଳର ନାମକୁ ଭୁଲ ଭାବେ ଛପା ଯାଇଛି l ଏହା ଗୋସାଇଁ ସ୍ଥାନରେ ଗୋସାଣୀ ବୋଲି ଛପା ଯାଇଛି l ଭବିଷ୍ୟତରେ ଦୃଷ୍ଟି ଦେବେ l
ଗୋସାଣୀ ନୂଆଗାଁ is correct