


ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିରର ସୌନ୍ଧର୍ଯ୍ୟକରଣ ପାଇଁ ୧୮କୋଟି ୯୧ ଲକ୍ଷ୍ୟଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି I ବ୍ରହ୍ମପୁର ସହରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଓ ତାର ଚତୁପାର୍ଶ୍ୱ ବେଢ଼ା ଓ ରାସ୍ତାର ଉନ୍ନତିକରଣ, ପ୍ରଶସ୍ତିକରଣ ଏବଂ ସୌନ୍ଧର୍ଯ୍ୟକରଣ ପାଇଁ ୧୮ କୋଟି ୯୧ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିବାରୁ ଶନିବାର ସ୍ଥାନୀୟ ରାମଲିଙ୍ଗେଶ୍ୱର ପାର୍କ ନିକଟରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ବିରାଟ ଶୋଭାଯାତ୍ରାରେ ବିଜେଡିର ବରିଷ୍ଟ କର୍ମୀମାନେ ବାହାରିଥିଲେ I ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ାଃ. ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ , ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବିଜେଡିର ବରିଷ୍ଟ କର୍ମୀ ଉପସଭାପତି ଗଣେଶ ଚଉଧୁରୀ , ସମସ୍ତ କର୍ପୋରେଟରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ତଥା ମାଆଙ୍କ ଭକ୍ତଗଣ ଓ ସେବାୟତମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ I ଏହି ଶୋଭାଯାତ୍ରା ମା ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯନ୍ତ ଯାଇଥିଲା ଏବଂ ସେଠାରେ ମା’ଙ୍କୁ ଦର୍ଶନ କରି ଦ୍ୱୀପ ଦାନ କରି ଥିଲେ I ନବୀନବାବୁଙ୍କ ଦୀର୍ଘଜୀବନ କାମନା କରି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଟ୍ଟନାୟକ