![WhatsApp Image 2018-09-01 at 11.13.45 PM](https://i0.wp.com/www.samrudhaodisha.com/wp-content/uploads/2018/09/WhatsApp-Image-2018-09-01-at-11.13.45-PM.jpeg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/09/WhatsApp-Image-2018-09-01-at-11.13.45-PM1-1.jpeg?resize=349%2C195&ssl=1)
ବ୍ରହ୍ମପୁର (ଜ୍ୟୋତି ରଞ୍ଜନ ଦାସ): ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସେବା ଦେଶ ବ୍ୟାପି ଶୁଭାରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର ଆଞ୍ଚଳିକ ଡାକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଦକ୍ଷିଣାଞ୍ଚଳ ଓଡ଼ିଶାର ଦଶ ଟି ଜିଲ୍ଲା ପାଇଁ ସେହି ସେବା ଯୋଜନାର ଉଦଘାଟନ ସମାରୋହ ଆଜି ଅପରାହ୍ନରେ ବ୍ରହ୍ମପୁର ଠାରେ ହୋଇଯାଇଛି। ବ୍ରହ୍ମପୁର ଲୋକ ସଭା ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଏହି ସମାରୋହକୁ ଉଦଘାଟନ କରି ଡାକ ବିଭାଗର ଏହି ନୂତନ ବ୍ୟାଙ୍କ ସେବା ଦ୍ୱାରା ଗ୍ରାମୀଣ ଜନସାଧରଣ ବହୁ ଭାବରେ ଉପକୃତ ହେବା ସୁଚାଇଥିଲେ।
ବ୍ରହ୍ମପୁର ମହା ଡ଼ାକପାଳ କର୍ଣ୍ଣେଲ ଜଳେଶ୍ବର
କଁହରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋଳାବନ୍ଧ ଆର୍ମି ଏୟାର ଡିଫନ୍ସ କଲେଜର ମୁଖ୍ୟ କମାଣ୍ଡାଣ୍ଟ ମେଜର ଜେନେରାଲ ପି. ଏସ.ଭାଟ୍ଟିଆ, ବି ଜେ ପି ରାଜ୍ୟ କାର୍ଯ୍ୟକର୍ତ୍ତା ଶ୍ରୀ ଭୃଗୁ ବକ୍ସିପାତ୍ର, ଡାକ ବିଭାଗର ସିନିୟର ସୁପରିନଟେଣ୍ଡେଣ୍ଟ ଶ୍ରୀ ସୁବାସ ଚନ୍ଦ୍ର ବାରିକ ପ୍ରମୁଖ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ଉପକାରିତା ସମ୍ପର୍କରେ ସୁଚାଇଥିଲେ।
ଏହି ଅବସରରେ ଫାଇନାନ୍ସିଆଲ ଇନକ୍ଲୁଜନ ଆଧାରିତ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ଏବଂ ସୁକନ୍ୟା ସମୃଦ୍ଧି ଯୋଜନାର ଜମା ପାସ ବହି ଜମାକାରୀଙ୍କୁ ବଣ୍ଟନ କରାଯାଇଥିଲା।